ନୂଆଦିଲ୍ଲୀ ୨୨।୦୨: ଆଜି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରୟାଣ ସ୍ବାମୀଙ୍କ ଲାଗି ଅଗ୍ନି ପରୀକ୍ଷା। ସଂଧ୍ୟା ୫ ଟା ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଉପରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଧାନସଭାରେ ଆସ୍ଥା ଭୋଟ୍ ପୂର୍ବରୁ କଂଗ୍ରେସର ଜଣେ ଏବଂ ଡିଏମ୍ କେର ଜଣେ ବିଧାୟକ ଇସ୍ତଫା ଦେବା ପରେ ଶାସକ କଂଗ୍ରେସ ମେଣ୍ଟ ଆହୁରି ଦୁର୍ବଳ ହୋଇପଡିଛି। ପୂର୍ବରୁ କଂଗ୍ରେସ-ଡିଏମ୍ କେ ସରକାର ସଂଖ୍ୟାଲଘୁ ହୋଇଯାଇଥିବା ବେଳେ ୨ ବିଧାୟକଙ୍କ ଇସ୍ତଫା ଏହି ସଙ୍କଟକୁ ବଢ଼ାଇ ଦେଇଛି।
କଂଗ୍ରେସ ଟିକଟରେ ଚାରି ଥର ବିଧାୟକ ହୋଇଥିବା ଲକ୍ଷ୍ମୀନାରାୟଣନ୍ ରବିବାର ଦଳରୁ ଅଚାନକ ଇସ୍ତଫା ଦେଇଥିବାବେଳେ କଂଗ୍ରେସର ସହଯୋଗୀ ଡିଏମ୍ କେ ବିଧାୟକ ଭେଙ୍କଟେଶନ୍ ମଧ୍ୟ କୌଣସି କାରଣ ନ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏହି ଦୁଇ ବିଧାୟକଙ୍କ ଇସ୍ତଫା ପରେ ଶାସକ ମେଣ୍ଟର ସଂଖ୍ୟା ୧୨କୁ ଖସିଛି । ଏବେ ଶାସକ ମେଣ୍ଟ ପାଖରେ ସରକାରକୁ ବଞ୍ଚାଇ ରଖିବା ପାଇଁ ଆବଶ୍ୟକ ବିଧାୟକ ନଥିବା ବେଳେ ବିରୋଧୀ ଦଳରେ ୧୪ ବିଧାୟକ ଅଛନ୍ତି।
ବିଧାୟକଙ୍କ ଇସ୍ତଫା ପରେ ଏବେ ଗୃହରେ ସଦସ୍ୟ ସଂଖ୍ୟା ୨୬କୁ ଖସି ଆସିଛି। ଏଭଳି ସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ସମ୍ଭାବନା ବଳବତ୍ତର ହୋଇଛି। ମୁଖ୍ୟମନ୍ତ୍ରୀ ଏଭଳି ସଙ୍କଟ ପାଇଁ ବିଜେପିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଏଠାରେ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଛି। ଗୃହରେ ତାଙ୍କ ରଣନୀତି ଖୋଲିବେ ବୋଲି ମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀ କହିଛନ୍ତି ।
from Prameya News7 https://ift.tt/3aDDWqC
No comments: