ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ: ୧୨ରୁ ବିମାନ ସେବା ଆରମ୍ଭ; ସ୍ପାଇଟ୍ ଜେଟ ପକ୍ଷରୁ ସମୟ ସାରଣୀ ପ୍ରକାଶ Kanak News

କନକ ବ୍ୟୁରୋ: ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ । ଆସନ୍ତା ୧୨ ତାରିଖରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ମୁମ୍ବାଇ- ଝାରସୁଗୁଡା- ବେଙ୍ଗାଲୁର ବିମାନସେବା । ଏଥିପାଇଁ ସ୍ପାଇସ୍ ଜେଟ୍ ପକ୍ଷରୁ ସମୟ ସାରଣୀ ପ୍ରକାଶ ପାଇଛି । ଏହି ସେକ୍ଟରରେ ବୋଇଂ ୭୩୭ ଚଳାଚଳ କରିବ ବୋଲି ସ୍ପାଇସ୍ ଜେଟ୍ ସୂତ୍ରରୁ ଜଣାଯାଇଛି । ସପ୍ତାହକୁ ୪ ଦିନ ଏହି ବିମାନ ସେବା ଉପଲବ୍ଧ ହେବ । ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ଏହି ରୁଟରେ ବିମାନ ଉଡାଣ କରିବ । ଏହା ଦ୍ୱାରା ପଶ୍ଚିମଓଡିଶାର ଅର୍ଥନୀତି ଆହୁରି ଗତିଶୀଳ ହେବା ସହ ଲୋକଙ୍କ ଆବଶ୍ୟକତା ପୂରଣ କରିବ ବୋଲି କୁହାଯାଉଛି ।



from Kanak News https://ift.tt/3rKWxr4 https://ift.tt/383MxBq
ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ: ୧୨ରୁ ବିମାନ ସେବା ଆରମ୍ଭ; ସ୍ପାଇଟ୍ ଜେଟ ପକ୍ଷରୁ ସମୟ ସାରଣୀ ପ୍ରକାଶ Kanak News ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ: ୧୨ରୁ ବିମାନ ସେବା ଆରମ୍ଭ; ସ୍ପାଇଟ୍ ଜେଟ ପକ୍ଷରୁ ସମୟ ସାରଣୀ ପ୍ରକାଶ Kanak News Reviewed by SUBHENDU BARAL on January 01, 2021 Rating: 5

No comments:

Powered by Blogger.