କନକ ବ୍ୟୁରୋ : ଦେଶର ତିନି ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପ୍କାର୍ଟ , ଆମାଜନ୍ ଓ ସ୍ନାପ୍ଡିଲ୍ ପକ୍ଷରୁ ଉତ୍ସବ ଋତୁର ସର୍ବବୃହତ ସେଲ୍ ଚାଲୁ ରହିଛି । ଇତି ମଧ୍ୟରେ ୭୦ରୁ ଅଧିକ ଜଣ ବିକ୍ରେତା ମାଲାମାଲ ହୋଇସାରିଲେଣି । ପାଞ୍ଚ ହଜାରରୁ ଅଧିକ ବିକ୍ରେତା ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ବିକ୍ରି କରିଥିବା ଜଣାପଡ଼ିଛି । ଆମାଜନ୍ ପକ୍ଷରୁ ଦାବି କରାଯାଇଛି ଯେ ଏହାର ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ୍ ସେଲ୍ର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ବିକ୍ରେତା ଓ କଂପାନିଗୁଡ଼ିକ ବିପୁଳ ମାତ୍ରାରେ ଲାଭବାନ ହୋଇଛନ୍ତି । ସେହିପରି ଫ୍ଲିପ୍କାର୍ଟର ବିଗ୍ ବିଲିଅନ୍ ଡେଜ୍ ସେଲ୍ର ପ୍ରଥମ ଦୁଇ ଦିନରେ ଗତବର୍ଷର ଛଅ ଦିନିଆ ସପିଙ୍ଗ୍ ଉତ୍ସବ ଠାରୁ ଅଧିକ ସାମଗ୍ରୀ ବିକ୍ରି ହୋଇଥିବା ଜଣାପଡ଼ିଛି । ସ୍ନାପ୍ଡିଲ୍ର କମ୍ ମେ ଦମ୍ ସେଲ୍ରେ ଛୋଟ ଓ ମଧ୍ୟମ ଧରଣର ସହରରେ ଥିବା ବିକ୍ରେତାମାନେ ଅଧିକ ବରାଦ ହାସଲ କରିଛନ୍ତି । ଆମାଜନ୍ ପକ୍ଷରୁ କୁହାଯାଇଛି ଯେ ଦି ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ର ପ୍ରଥମ ୪୮ ଘଣ୍ଟାରେ ୧ ଲକ୍ଷ ୧୦ ହଜାର ବିକ୍ରେତା ବରାଦ ହାସଲ କରିଛନ୍ତି । ପାଞ୍ଚ ହଜାରରୁ ଅଧିକ ବିକ୍ରେତା ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବରାଦ ପାଇଛନ୍ତି ।
ଯେଉଁ ବିକ୍ରେତାମାନେ ବରାଦ ପାଇଛନ୍ତି ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଅଛନ୍ତି। ଚଳିତ ବର୍ଷ ଏହି ଉତ୍ସବରେ କିଣାକିଣି କରୁଥିବା ଗ୍ରାହକମାନଙ୍କ ମଧ୍ୟରୁ ୯୧ ପ୍ରତିଶତ ହେଉଛନ୍ତି ନୂଆ ଗ୍ରାହକ । ମାତ୍ର ଦୁଇ ଦିନ ଭିତରେ କଂପାନି ଦେଶର ୯୮.୪ ପ୍ରତିଶତ ପିନ୍ କୋଡ୍ରୁ ଗ୍ରାହକଙ୍କ ବରାଦ ପାଇଛି ବୋଲି ଆମାଜନ୍ ଇଣ୍ଡିଆର ଉପ ସଭାପତି ମନିଷ ତିୱାରୀ କହିଛନ୍ତି। ଫ୍ଲିପ୍କାର୍ଟ ପକ୍ଷରୁ କୁହାଯାଇଛି ଯେ ଏହାର ବିଗ୍ ବିଲିଅନ୍ ଡେଜ୍ ସେଲ୍ରେ ୩ ଲକ୍ଷରୁ ଅଧିକ ବିକ୍ରେତା ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ବିକ୍ରେତା ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ଅଞ୍ଚଳରୁ ଆସିଛନ୍ତି। କଂପାନିର ୭୦ ବିକ୍ରେତା କୋଟିପତି ହୋଇସାରିଥିବା ବେଳେ ୧୦ ହଜାରୁ ଅଧିକ ବିକ୍ରେତା ଲକ୍ଷାଧିକ ଟଙ୍କାରୁ ଅଧିକ କାରବାର କରିଛନ୍ତି ।
from Kanak News https://ift.tt/2T7T3ig https://ift.tt/2H5y0L8
No comments: