ଆଜି ମାଆ ଦୁର୍ଗାଙ୍କ ମହାନବମୀ: ପରଦା ପଛପଟେ ହେଉଛି ମାଆଙ୍କ ଆରାଧନା; କରୋନା କଟକଣା କରିଦେଲା ଶାରଦୀୟ ପୂଜାକୁ ଫିକା Kanak News
କନକ ବ୍ୟୁରୋ: ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିସାମର୍ଦ୍ଦିନୀ । ମହାବେଦୀରେ ମହାମାୟାଙ୍କ ପୂଜା କରାଯାଇଛି । ଆଜି ପୀଠରେ ଦଶମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ମୃଣମୟୀ ମୂର୍ତୀଙ୍କ ମହାନବମୀ ନୀତି ଅନୁଷ୍ଠିତ ହୋଇଛି । ତେବେ କରୋନା କଟକଣା ପାଇଁ ଫିକା ପଡିଛି ଚଳିତ ବର୍ଷର ଦୁର୍ଗାପୂଜା । ବିନା ଭକ୍ତରେ ପରଦା ପଛରେ ସଂପନ୍ନ ହେଉଛି ପୂଜା ନୀତି ।
ମଣ୍ଡପରେ ମାତ୍ର ୭ ଜଣ ରହିବା ବ୍ୟବସ୍ଥା ରହିଥିବାରୁ ଆୟୋଜନକ କମିଟିର ସମସ୍ତ ସଦସ୍ୟ ମଧ୍ୟ ମଣ୍ଡପ ପାଖରେ ରହି ପାରୁ ନାହାନ୍ତି । ଅନ୍ୟପଟେ କେତେକ ସ୍ଥାନରେ ଅନ୍ଲାଇନ୍ ମାଆଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ମଣ୍ଡପରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରୁ ବଂଚିତ ହେଉଛନ୍ତି ଶ୍ରଦ୍ଧାଳୁ । ଏହାର ଚିତ୍ର ଗତକାଲି ଦେଖିବାକୁ ମିଳିଥିବା ମହାଷ୍ଟମୀରେ ମାଆଙ୍କ ପୂଜାକରିବାକୁ ଆସିଥିବା ଭକ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା । ଏପରିକି କିଛି ଭକ୍ତ ନିରାଶ ହୋଇ କାନ୍ଦି ପକାଇବା ଦେଖିବାକୁ ମିଳିଥିଲା ।
from Kanak News https://ift.tt/35tnk0Q https://ift.tt/3mqoXU5
ଆଜି ମାଆ ଦୁର୍ଗାଙ୍କ ମହାନବମୀ: ପରଦା ପଛପଟେ ହେଉଛି ମାଆଙ୍କ ଆରାଧନା; କରୋନା କଟକଣା କରିଦେଲା ଶାରଦୀୟ ପୂଜାକୁ ଫିକା Kanak News
Reviewed by SUBHENDU BARAL
on
October 24, 2020
Rating:
No comments: