‘କାମ ନାହିଁ ତ ଭୋଟ୍ ନାହିଁ’ Chandan Kumar Shishu

ଜଗତସିଂହପୁର: ନିର୍ବାଚନ ଆସିଲେ ନେତା ଦେଖା ମିଳେ। ସେମାନେ ମାଳ ମାଳ ପ୍ରତିଶ୍ରୁତି ଦିଅନ୍ତି ନିର୍ବାଚନ ସରିବା ପରେ ନେତା ତାଙ୍କ ବାଟରେ, ପ୍ରତିଶ୍ରୁତି କଥା ତାଙ୍କର ମନେ ମଧ୍ୟ ପଡ଼େ ନାହିଁ। ଏପରି ବାରମ୍ବାର ପ୍ରତରଣାର ଶିକାର ହେବା ପରେ କ୍ଷୁବ୍ଧ ଅଛନ୍ତି ତିର୍ତ୍ତୋଲ ବ୍ଲକର ଗୋପାଳପୁର, ବିରିତୋଳ, କଟରା ପଞ୍ଚାୟତର ଲୋକେ।

କାରଣ ଅନେକ ଥର ଅଭିଯୋଗ, ହାରି ଗୁହାରି ପରେ ମଧ୍ୟ ସେମାନଙ୍କ ଅଞ୍ଚଳରେ ରାସ୍ତା ସମସ୍ୟା ଦୂର ହୋଇନାହିଁ। ୩୦ ବର୍ଷ ହେଲାଣି ଗାଁକୁ ସଂଯୋଗ କରୁଥିବା ବନ୍ଧ ରାସ୍ତା ମରାମତି ହେଉନଥିବାରୁ ଏଥର ସେମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି ଯେ ଏହି ଗ୍ରାମର ବନ୍ଧ ରାସ୍ତା ଏତେ ମାତ୍ରାରେ ଖରାପ ଯେ ଖାଲି ପାଦରେ ଯିବା କଷ୍ଟକର ହୋଇପଡ଼ିଛି। ଜଣେ ରୋଗୀ ନେବାକୁ ବି କଷ୍ଟକର ହୋଇପଡୁଛି। ଏନେଇ ଆମେ ଜିଲ୍ଲାପାଳ, ମନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଜଣାଇଛୁ। ସରକାର କିଛି ବୁଝୁନାହାନ୍ତି। ରାସ୍ତା ତ ନାହିଁ, ଭୋଟ୍ ଦେବା ପାଇଁ ଏତେ ବାଟ ଯିବୁ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଉପନିର୍ବାଚନ ପାଇଁ ସରଗରମ ହୋଇଛି ତିର୍ତ୍ତୋଲ ରାଜନୀତି। ନଭେମ୍ବର ୩ରେ ପଡ଼ିବ ଭୋଟ୍ ସେଥିପାଇଁ ସବୁ ଦଳ ନିଜ ନିଜର ମୁଦ୍ଦା ଭୋଟର୍‌ଙ୍କ ପାଖରେ ରଖୁଛନ୍ତି। ୨୦ ବର୍ଷ ବିଜେଡି ସରକାରର ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ତିର୍ତ୍ତୋଲରେ ବନ୍ଦ ଥିବା ସୂତାକଳ ଏଯାଏଁ କାର୍ଯ୍ୟକ୍ଷମ ହୋଇ ନପାରିବା, ହଂସୁଆ ନଈ ଦ୍ୱାରା ଜଳମଗ୍ନ ହେଉଥିବା ଚାଷଜମିର ପୁନରୁଦ୍ଧାର, ରାସ୍ତାଘାଟ, ପିଇବା ପାଣି ସମସ୍ୟା ଓ ମହାନଦୀ ଅବବାହିକାରେ ବନ୍ୟାର ସ୍ଥାୟୀ ପ୍ରତିକାରକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍।

The post ‘କାମ ନାହିଁ ତ ଭୋଟ୍ ନାହିଁ’ appeared first on OTV Khabar..



from OTV Khabar. https://ift.tt/3kpW9Kx
‘କାମ ନାହିଁ ତ ଭୋଟ୍ ନାହିଁ’ Chandan Kumar Shishu ‘କାମ ନାହିଁ ତ ଭୋଟ୍ ନାହିଁ’ Chandan Kumar Shishu Reviewed by SUBHENDU BARAL on October 23, 2020 Rating: 5

No comments:

Powered by Blogger.