ବିହାର ନିର୍ବାଚନ: ଆଜି ନିର୍ବାଚନ ମଇଦାନକୁ ଓହ୍ଲାଇବେ ପିଏମ ମୋଦି ଓ ରାହୁଲ ଗାନ୍ଧି, ନୀତିଶଙ୍କ ସହ ମୋଦି ତ ତେଜସ୍ବୀଙ୍କ ସହ ନଜର ଆସିବେ ରାହୁଲ
ନୂଆଦିଲ୍ଲୀ ୨୩/୧୦: ବିହାରରେ ଧୀରେ ଧୀରେ ନିର୍ବାଚନ ଲଢ଼େଇ ରୋମାଞ୍ଚକ ହେବାରେ ଲାଗିଛି। ଏହାରି ଭିତରେ ବିହାର ନିର୍ବାଚନ ପାଇଁ ଆଜି ସବୁଠୁ ବଡ଼ ଦିନ। କାରଣ ଆଜି ନିର୍ବାଚନୀ ମଇଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି। ବିହାରରେ ଦୁଇ ନେତାଙ୍କ ଆଜି ଏହା ହେଉଛି ପ୍ରଥମ ରାଲି। ତେବେ ମୋଦି ଆଜି ବିହାରରେ ତିନିଟି ରାଲି କରିବେ ଓ ରାହୁଲ କରିବେ ଦୁଇଟି ରାଲି। ପିଏମ ମୋଦିଙ୍କ ସହ ନଜର ଆସିବେ ନୀତିଶ କୁମାର ଓ ତେଜସ୍ବୀ ଯାଦବଙ୍କ ସହ ଦେଖିବାକୁ ମିଳିବ ରାହୁଲ। ଏହି ଦୁଇ ପକ୍ଷ କରୋନା ନିୟମ ପାଳନ କରିବେ।
ପିଏମ ମୋଦି ଆଜି ତିନିଟି ସ୍ଥାନରେ ଅର୍ଥାତ ରୋହତାସ, ଗୟା ଓ ଭାଗଲପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ରୋହତାସ ଓ ଭାଗଲପୁରରେ ନୀତିଶ କୁମାର ମୋଦିଙ୍କ ସହ ରହିବେ। ସେହିପରି ରାହୁଲ ଗାନ୍ଧି ମଧ୍ୟ ଭାଗଲପୁର ଜିଲ୍ଲାର କହଲଗାଁ ଓ ନବାଦର ହିସୁଆରେ ରାଲି କରିବେ। ଏହି ଅବସରରେ ରାହୁଲଙ୍କ ସହ ନଜର ଆସିବେ ତେଜସ୍ବୀ ଯାଦବ।
ବିହାର ଗ୍ରସ୍ତ ପୂର୍ବରୁ ମୋଦି ଟ୍ବିଟ୍ କରି ଏ ବାବଦରେ ଜଣାଇଛନ୍ତି। ଏହା ସହ ସେ ବିହାରବାସୀଙ୍କ ସାମ୍ନାରେ ଏନଡିଏର ବିକାଶ ଏଜେଣ୍ଡାକୁ ଲୋକଙ୍କ ସାମ୍ନାରେ ରଖିବା କହିଛନ୍ତି। ଆଜି ସକାଳ ୯.୩୦ରେ ମୋଦିଙ୍କର ପ୍ରଥମ ରାଲି ଅନୁଷ୍ଟିତ ହେବ। ସେହିପରି ଦ୍ବିତୀୟ ରାଲି ୧୧.୧୫ ଓ ତୃତୀୟ ରାଲି ୧.୩୦ରେ ହେବ। ପିଏମ ମୋଦିଙ୍କ ରାଲିକୁ ଦୃଷ୍ଟିରେ ରଖି କରୋନା ପ୍ରୋଟୋକଲକୁ ପୂରା ପାଳନ କରାଯିବ। ମୋଦିଙ୍କ ସହ ମଞ୍ଚରେ ସାମିଲ ହେବାକୁ ଥିବା ସମସ୍ତ ନେତା ଓ ଅଧିକାରୀଙ୍କ କରୋନା ଟେଷ୍ଟ ଅନିବାର୍ଯ୍ୟ।
from Prameya News7 https://ift.tt/2HtRWqW
No comments: