ଚା’ ବିକୁଥିବା ସ୍ବାମୀଙ୍କୁ ମାସକୁ ୨ହଜାର ଟଙ୍କା ଭରଣପୋଷଣ ଦେବେ ସ୍ତ୍ରୀ, ଜାଣନ୍ତୁ କାହିଁକି

ମୁଜାଫରନଗର ୨୪।୧୦: ପତି,ପତ୍ନୀକୁ  ଭରଣପୋଷଣ ପାଇଁ ଅର୍ଥ ଦେବ… ଏପରି ଅନେକ ରାୟ କୋର୍ଟ ଦେଇଥିବାର ଆପଣମାନେ ଶୁଣିଥିବେ । କିନ୍ତୁ ଉତ୍ତରପ୍ରଦେଶର ମୁଜାଫରନଗରରେ ଏହାର ବିପରୀତ ଘଟଣା ଘଟିଛି । ମୁଜାରଫରନଗରର ଏକ ଫ୍ୟାମିଲି କୋର୍ଟ ଏକ ରାୟ ଶୁଣାଇଛନ୍ତି । ଯାହା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗିବ । କୋର୍ଟ ସ୍ୱାମୀକୁ ଭରଣପୋଷଣ ପାଇଁ ମାସିକ ଟଙ୍କା ଦେବାକୁ ପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ସ୍ୱାମୀଙ୍କ ଭରଣପୋଷଣ ଦେବା ପାଇଁ ମହିଳାଙ୍କୁ କୋର୍ଟ ଅର୍ଡର ଦେଇଛନ୍ତି । ମହିଳା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ , ଏବଂ ତାଙ୍କ ସ୍ୱାମୀ ଚା ବିକ୍ରି କରିଥାନ୍ତି ।  

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, କିଶୋରୀ ଲାଲ ସୋହକାର ମୁଜାଫରନଗର ଜିଲ୍ଲାରେ ଚା ବିକ୍ରି କରିଥାନ୍ତି । ତାଙ୍କର ସ୍ୱାମୀ ୩୦ବର୍ଷ ପୂର୍ବେ କାନପୁରର ମୁନ୍ନି ଦେବୀଙ୍କ ସହ ବିବାହ କରିଥିଲେ । ପତ୍ନୀ ଭାରତୀୟ ସେନାର ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ , ଏବଂ ସେ ଅବସର ନେଇସାରିଛନ୍ତି । ପ୍ରତି ମାସରେ ତାଙ୍କୁ ୧୨ହଜାର ଟଙ୍କାର ପେନ୍‌ସନ ମିଳୁଛି । ତେବେ ୧୦ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିବା ସ୍ୱାମୀ-ସ୍ତ୍ରୀ ଅଲଗା ରହିଥିଲେ । ପରେ ୨୦୧୩ରେ କିଶୋରୀ ଲାଲ ନିଜ ଭରଣପୋଷଣ ପାଇଁ ଅର୍ଥ ଦାବି କରି ଫ୍ୟାମିଲି କୋର୍ଟରେ ମାମଲା ରୁଜୁ କରିଥିଲେ ।

ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ ମୁନ୍ନୀ ଦେବୀଙ୍କୁ ପ୍ରତି ମାସରେ ୨ହଜାର ଟଙ୍କା ଲେଖାଏଁ ଟଙ୍କା କିଶୋରୀ ଲାଲ୍‌ଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କୋର୍ଟଙ୍କ ଏହି ରାୟରେ କିଶୋରୀ ଲାଲ୍‌ ସୂମ୍ପର୍ଣ୍ଣ ଭାବେ ସନ୍ତୁଷ୍ଟ ନାହାନ୍ତି । ତାଙ୍କ ଅନୁଯାୟୀ, ପତ୍ନୀଙ୍କ ପେନ୍‌ସନ୍‌ର ଏକ –ତୃତୀୟାଂଶ ଦେବାକୁ ପଡିବ । ଗତ ୭ବର୍ଷ ହେଲା ମୁଁ ଏହି ଲଢେଇ ଲଢୁଛି ବୋଲି କିଶୋରୀ କହିଛନ୍ତି । ଯେତେ ଟଙ୍କା କୋର୍ଟ ଦେବାକୁ ଆଦେଶ ଦେଇଛନ୍ତି, ସେତିକି ଟଙ୍କା ମୋ ସ୍ୱାସ୍ଥ୍ୟ ପିଛା ଖର୍ଚ୍ଚ ହୋଇଯିବ ।

୨ଜଣଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଡିଭୋର୍ସ ହୋଇନାହିଂ । କିଶୋର ଲାଲ୍‌ଙ୍କ ଓକିଲ ବାଲେଶ କୁମାର ତାୟଲ କହିଛନ୍ତି ଯେ, ସେକ୍ସନ-୨୫ ହିନ୍ଦୁ ଆକ୍ଟ ଅନୁଯାୟୀ, ଏହି କେସ୍‌ ୭ବର୍ଷ ପୂର୍ବେ ଫାଇଲ୍‌ କରାଯାଇଥିଲା । ୨ଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇନାହିଁ । ଏହାପୂର୍ବରୁ ୨ଜଣଙ୍କୁ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।



from Prameya News7 https://ift.tt/2HobVYm
ଚା’ ବିକୁଥିବା ସ୍ବାମୀଙ୍କୁ ମାସକୁ ୨ହଜାର ଟଙ୍କା ଭରଣପୋଷଣ ଦେବେ ସ୍ତ୍ରୀ, ଜାଣନ୍ତୁ କାହିଁକି ଚା’ ବିକୁଥିବା ସ୍ବାମୀଙ୍କୁ ମାସକୁ ୨ହଜାର ଟଙ୍କା ଭରଣପୋଷଣ ଦେବେ ସ୍ତ୍ରୀ, ଜାଣନ୍ତୁ କାହିଁକି Reviewed by SUBHENDU BARAL on October 23, 2020 Rating: 5

No comments:

Powered by Blogger.