କଟକ ସହରରେ ସାହିକୁ ସାହି ବ୍ୟାପୁଛି କରୋନା, ବଢ଼ିଲା ଚିନ୍ତା Rajalaxmi Sahoo

କଟକ: ଏବେ କଟକ ସହରରେ ସାହିକୁ ସାହି ବ୍ୟାପିବାରେ ଲାଗିଛି ମହାମାରୀ କରୋନା। ସହରର ଏକାଧିକ ସାହିରୁ ବାହାରିଛନ୍ତି ଆକ୍ରାନ୍ତ। ସାହିକୁ ସାହି କରୋନା ଆକ୍ରାନ୍ତ ବ୍ୟାପିବା ପରେ ଏବେ ଚିନ୍ତିତ ହୋଇପଡ଼ିଛନ୍ତି କଟକବାସୀ।

ଖାଲି ଲକ୍‌ଡାଉନ୍‌ କରାଯାଉଛି, କିନ୍ତୁ ସହରରେ CMC ସେଭଳି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଲକ୍‌ଡାଉନ୍‌ ସମୟରେ ନା ସାନିଟାଇଜ ଠିକ୍ ଭାବେ କରାଯାଉଛି, ନା ସ୍ୱାସ୍ଥ୍ୟପରୀକ୍ଷା ଡୋର ଟୁ ଡୋର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଝାଞ୍ଜିରିମଙ୍ଗଳା ବାସିନ୍ଦା।

ସେହିପରି ଖଟବିନ୍‌ ସାହିରୁ ହଠାତ୍‌ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଉଠାଇ ଦେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଅନ୍ୟପକ୍ଷେ, କରୋନା ପାଇଁ ଲକ୍‌ଡାଉନ୍‌ ଫଳପ୍ରଦ ହୋଇଥିବା CMC କମିଶନର ଅନନ୍ୟା ଦାସ କହିଛନ୍ତି। ବିଭିନ୍ନ ସାହିରେ ଏକାଧିକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳକୁ ବେଶି ଫୋକ୍ସ କରାଯାଇଥିବା ସେ କହିଛନ୍ତି।

ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୧,୦୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୧୧ଜଣ ସୁସ୍ଥ ହୋଇଛନ୍ତି ଓ ୪୮୩ଜଣ ଚିକିତ୍ସାଧୀନ ଅଛନ୍ତି। ୧୦ଜଣଙ୍କ ମୃତ୍ୟୁ ଘଟିଛି।

The post କଟକ ସହରରେ ସାହିକୁ ସାହି ବ୍ୟାପୁଛି କରୋନା, ବଢ଼ିଲା ଚିନ୍ତା appeared first on OTV Khabar..



from OTV Khabar. https://ift.tt/3gqAAHR
କଟକ ସହରରେ ସାହିକୁ ସାହି ବ୍ୟାପୁଛି କରୋନା, ବଢ଼ିଲା ଚିନ୍ତା Rajalaxmi Sahoo କଟକ ସହରରେ ସାହିକୁ ସାହି ବ୍ୟାପୁଛି କରୋନା, ବଢ଼ିଲା ଚିନ୍ତା Rajalaxmi Sahoo Reviewed by SUBHENDU BARAL on August 02, 2020 Rating: 5

No comments:

Powered by Blogger.