ଭୁବନେଶ୍ୱର ୦୩।୦୮: ଦିନକୁ ଦିନ ଚିନ୍ତା ବଢାଉଛି କରୋନା । ପ୍ରତିଦିନ ରାଜଧାନୀରୁ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏମାନଙ୍କୁ ମଧ୍ୟରୁ କିଛି ମେଡିକାଲରୁ ମଧ୍ୟ ଚିହ୍ନଟ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲ ଓପିଡିରୁ ପୁଣି ଦୁଇ କରୋନା ପଜିଟିଭ୍ ବାହାରିଛନ୍ତି । ଉଭୟ ଆକ୍ରାନ୍ତ ଓପିଡିରେ ଚିହ୍ନଟ ହୋଇଛନ୍ତି । କେହି ହସ୍ପିଟାଲ ଷ୍ଟାଫ୍ ନୁହନ୍ତି କି ଇନ୍ଡୋର ରୋଗୀ ନୁହନ୍ତି । ତେବେ ଚିହ୍ନଟ ହୋଇଥିବା ଆଖ୍ରାନ୍ତଙ୍କୁ ମିଶାଇ ହସ୍ପିଟାଲରୁ ମୋଟ ୬୫ରୁ ଅଧିକ ସଂକ୍ରମିତ ବାହାରିଲେଣି । ଏପଟେ କ୍ୟାପିଟାଲ ହସ୍ପିଟାଲ ପ୍ଲାଜମା ବ୍ୟାଙ୍କରେ ଆଉ ଜଣେ ପ୍ଲାଜମା ଦାନ କରିଛନ୍ତି । ବ୍ରହ୍ମଗିରିର ଏହି ବ୍ୟକ୍ତି ଜଣଙ୍କ ସୁରତ ଫେରନ୍ତ । ସୁସ୍ଥ ହେବା ପରେ ନିଜର ପ୍ଲାଜମା ଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଜଣ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦାନ କଲେଣି ।
ସୂଚନାଯୋଗ୍ୟ ଯେ, ରବିବାର ଦିନ ରାଜ୍ୟରେ ୧୪୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ , ଏମାନଙ୍କ ମଧ୍ୟରୁ ରାଜଧାନୀ ଭୁବେନଶ୍ୱରରୁ ୧୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୯ରେ ବେଳେ ୧୬୯୧ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨୬୮ଟି ସକ୍ରିୟ କେସ୍ ରହିଛି ।
from Prameya News7 https://ift.tt/3fhbuKc
No comments: