ବାଙ୍କୀ: କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ। ଯୁବକଙ୍କ ଘରର ସ୍ଥାନୀୟ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଯୁବକ ଜଣକ ବ୍ରିଜ୍ ଉପରେ ବାଇକ୍ ରଖି ନଦୀକୁ ଡେଇଁ ପଡ଼ିଥିଲେ। କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ।
ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଖବର ଲେଖାଯିବା ସୁଦ୍ଧା ସମ୍ପୃକ୍ତ ଯୁବକଙ୍କ କୌଣସି ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟରେ ପୁଲିସ୍, ଅଗ୍ନିଶମ ବାହିନୀ ସାମିଲ ହୋଇଛନ୍ତି।
The post ମହାନଦୀକୁ ଡେଇଁଲେ ଯୁବକ appeared first on OTV Khabar..
from OTV Khabar. https://ift.tt/2DbAzJj
ମହାନଦୀକୁ ଡେଇଁଲେ ଯୁବକ Rajalaxmi Sahoo
Reviewed by SUBHENDU BARAL
on
July 03, 2020
Rating:
No comments: