ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ୍ । ୭୨ ବର୍ଷ ବୟସରେ ସରୋଜଙ୍କର ମୁମ୍ବାଇରେ ହୃଦ୍ଘାତରେ ପରଲୋକେ ହୋଇଯାଇଛି । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ସେ ମଧୁମେହ ସହ ଅନ୍ୟ କେତେକ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ତେବେ କରୋନା ଟେଷ୍ଟିଂରେ ତାଙ୍କର ସାମ୍ପଲ ନେଗେଟିଭ୍ ଆସିଥିଲା । ୨୦୦୦ରୁ ଅଧିକ ହିନ୍ଦୀ ଗୀତରେ କୋରିଓଗ୍ରାଫ କରି ଚର୍ଚ୍ଚାରେ ଥିଲେ ସରୋଜ ।
ମିଷ୍ଟର ଇଣ୍ଡିଆ, ତେଜାବ, ଚାନ୍ଦିନୀ ପରି ସଂଖ୍ୟାଧିକ ଫିଲ୍ମର ସେ କୋରିଓଗ୍ରାଫ କରିଥିଲେ ।ଦେବଦାସ ପାଇଁ ୨୦୦୩ରେ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ବେଷ୍ଟ କୋରିଓଗ୍ରାଫି ଆଓ୍ୱାର୍ଡ । ସେହିପରି ଫିଲ୍ମ ଲଗନ୍ ପାଇଁ ୨୦୦୨ରେ ଆମେରିକାନ୍ କୋରିଓଗ୍ରାଫି ଆଓ୍ୱାର୍ଡ ପାଇଥିଲେ ।
ସରୋଜ ଖାନଙ୍କୁ ୨୦୦୩, ୨୦୦୬ ଓ ୨୦୦୮ରେ ମିଳିଥିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ୩ ବର୍ଷ ବୟସରେ ସେ ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ଆରମ୍ଭ କିଥିଲେ କ୍ୟାରିଅର । ୧୯୭୪ରେ ଗୀତା ମେରା ନାମ୍ରେ ପ୍ରଥମ ଥର ଲାଗି କୋରିଓଗ୍ରାଫି କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ପରେ ସେ ଅନେକ ହିଟ୍ ଗୀତର କୋରିଓଗ୍ରାଫି କରିଥିଲେ।
୧୯୮୭ରେ ଆସିଥିବା ମିଷ୍ଟର ଇଣ୍ଡିଆର ‘ହାଓ୍ୱା ହାଓ୍ୱାଇ’ ଗୀତ, ୧୯୮୮ରେ ଆସିଥିବା ତେଜାବର ‘ଏକ୍ ଦୋ ତିନ୍..’, ୧୯୯୨ରେ ବେଟା ଫିଲ୍ମର ‘ଧକ୍ ଧକ୍ କରନେ ଲଗା..’ ଭଳି ସୁପରହିଟ୍ ଗୀତର କୋରିଓଗ୍ରାଫି କରିଥିଲେ ।
ସରୋଜ ୨୦୧୯ରେ ଆସିଥିବା କଲଙ୍କ ଫିଲ୍ମର ‘ତବାହ୍ ହୋ ଗୟେ…’ ଗୀତରେ ଶେଷ ଥର ପାଇଁ କୋରିଓଗ୍ରାଫ୍ କରିଥିଲେ।
The post ପରଲୋକରେ ବଲିଉଡର କୋରିଓଗ୍ରାଫର ସରୋଜ ଖାନ୍ appeared first on OTV Khabar..
from OTV Khabar. https://ift.tt/2NMOO9o
No comments: