ଆଉ କିଛି ଘଂଟା ପରେ ଭାରତରେ ପହଁଚିବ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ । ଅମ୍ବଲା ବିମାନ ଘାଟିରେ କରିବ ଅବତରଣ Kanak News

କନକ ବ୍ୟୁରୋ : ଫ୍ରାନ୍ସରୁ ଆସୁଥିବା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ଆଜି ଭାରତରେ ପହଁଚିବ । ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସ୍ରେ ପହଂଚିବ । ଏଥିପାଇଁ ଅମ୍ବଲା ବିମାନଘାଟିର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯିବା ସହ ୩ କିଲୋମିଟର ପର୍ଯ୍ୟନ୍ତ ଅଂଚଳକୁ ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କରାଯାଇଛି । ଦୀର୍ଘ ଦିନ ହେବ ରାଫେଲ ଯୁଦ୍ଧ ବିମାନର ଆସିବା ବାଟକୁ ଚାହିଁ ରହିଛି ସାରା ଦେଶ । । । ଭାରତରେ ଏହି ଶକ୍ତିଶାଳୀ ଯୁଦ୍ଧବିମାନ ପହଁଚିବା ପରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ।

ଅନ୍ୟପଟେ ରାଫେଲ ଆସିବା ବାଟରେ ପ୍ରାୟ ୩୦ ହଜାର ଫୁଟ ଉଚ୍ଚରେ ସମସ୍ତ ୫ଟି ଲଢ଼ୁଆ ବିମାନରେ ଫ୍ରାନ୍ସ ଟ୍ୟାଙ୍କର ଦ୍ୱାରା ଇନ୍ଧନ ଭର୍ତି କରାଯାଇଥିଲା । ମଝି ଆକାଶରେ କିଭଳି ଉଡନ୍ତା ବିମାନରେ ଇନ୍ଧନ ଭରାଯାଉଛି ତାହାର ଫଟୋ ଜାରି କରିଛି ଭାରତୀୟ ବାୟୁସେନ ଘଂଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର ଉଡିବାର କ୍ଷମତା ରଖିଛି ରାଫେଲ । ଏହାସହ ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରିବ, ଆକାଶରେ ୩ ହଜାର ୭ଶହ କିଲୋମିଟର୍ ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରିପାରିବ, ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିବାର ରହିଛି କ୍ଷମତା ।

ସେହିପରି ଉନ୍ନତ ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରେ ସୁପର୍ସୋନିକ ସ୍ପିଡ୍, ଜଳ, ସ୍ଥଳ ଓ ଆକାଶରେ ଟାର୍ଗେଟ୍କୁ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିବା ସହ ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିପାର କ୍ଷମତା ରହିଛି । ଏବଂ ପରମାଣୁ ଅସ୍ତ୍ର ଧରି ଶତ୍ରୁପକ୍ଷ ଉପରେ ମାତ୍ର କେଇ ସେକେଣ୍ଡରେ ମାଡ କରିବାର ରହିଛି କ୍ଷମତା ।



from Kanak News https://ift.tt/2P42f5h https://ift.tt/2BEuEfb
ଆଉ କିଛି ଘଂଟା ପରେ ଭାରତରେ ପହଁଚିବ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ । ଅମ୍ବଲା ବିମାନ ଘାଟିରେ କରିବ ଅବତରଣ Kanak News ଆଉ କିଛି ଘଂଟା ପରେ ଭାରତରେ ପହଁଚିବ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ । ଅମ୍ବଲା ବିମାନ ଘାଟିରେ କରିବ ଅବତରଣ Kanak News Reviewed by SUBHENDU BARAL on July 28, 2020 Rating: 5

No comments:

Powered by Blogger.