ଆସନ୍ତାମାସ ବିଳମ୍ବରେ ଆସିପାରେ ଦରମା ! ଅଗଷ୍ଟ ମାସ ୩୧ ଦିନ ମଧ୍ୟରୁ ୧୩ ଦିନ କାଳ ବ୍ୟାଙ୍କରେ ଝୁଲିବ ତାଲା; ଆପଣଙ୍କ ସହରରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ…ଦେଖନ୍ତୁ ପୂରା ତାଲିକା Kanak News
କନକ ବ୍ୟୁରୋ: ୧୩ ଦିନ କାଳ ବ୍ୟାଙ୍କରେ ହେବ ନାହିଁ କୌଣସି କାମ କାର୍ଯ୍ୟ । ଆସନ୍ତା ମାସ ତଥା ଅଗଷ୍ଟ ମାସରେ ୧୩ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ ଜନିତ କାରବାର । ତେବେ ଅଗଷ୍ଟ ମାସରେ ବିଭିନ୍ନ ପର୍ବ ପବାଣୀ ତଥା ଜାତୀୟ ଦିବସ ପାଳନ ପଡୁଥିବାରୁ ବ୍ୟାଙ୍କରେ ଝୁଲିବ ତାଲା । ଅର୍ଥାତ୍ ଆସନ୍ତା ମାସରେ କେବଳ ୧୮ ଦିନ ଖୋଲା ରହିବ ବ୍ୟାଙ୍କ । ଏହାଛଡା ଅଗଷ୍ଟ ମାସରେ ୫ଟି ରବିବାର ଏବଂ ୮ ଓ ୨୯ ତାରିଖରେ ଦ୍ୱୀତିୟ ଓ ଚତୁର୍ଥ ଶନିବାର ଯୋଗୁ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ଏଭଳି ପରିସ୍ଥିତିରେ ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ରହିଯାଇଛି, ତେବେ ଶୀଘ୍ର ସାରିଦିଅନ୍ତୁ । ନଚେତ୍ ପରେ ଆପଣ ଅସୁବିଧାରେ ପଡିପାରନ୍ତି ।
ଏବେ ନଜର ପକାନ୍ତୁ ଅଗଷ୍ଟ ମାସରେ କେଉଁ କେଉଁ ଦିନ୍ ବନ୍ଦ ରହିବ ବ୍ୟାଙ୍କ
ଅଗଷ୍ଟ ୧ –ବକରିଦ
ଅଗଷ୍ଟ- ୨- ରବିବାର
ଅଗଷ୍ଟ-୩- ରାକ୍ଷୀ ପୂର୍ଣ୍ଣିମା
ଅଗଷ୍ଟ-୮- ଦ୍ୱିତୀୟ ଶନିବାର
ଅଗଷ୍ଟ-୯- ରବିବାର
ଅଗଷ୍ଟ -୧୧- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଅଗଷ୍ଟ- ୧୨- ନନ୍ଦୋତ୍ସବ
ଅଗଷ୍ଟ- ୧୫- ସ୍ୱାଧୀନତା ଦିବସ
ଅଗଷ୍ଟ-୧୬- ରବିବାର
ଅଗଷ୍ଟ-୨୧- ହରିତାଲିକା ତିଜ୍
ଅଗଷ୍ଟ- ୨୨- ଗଣେଶ ଚତୁର୍ଥୀ
ଅଗଷ୍ଟ- ୩୦ – ରବିବାର
ଅଗଷ୍ଟ- ୩୧- ଓନମ୍
ତେବେ ଆରବିଆଇର ଆଧିକାରୀକ େଓବସାଇଟ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଆରବିଆଇ ଡଟ୍ ଓଆରଜି ଡଟ୍ ଇନକୁ ଯାଇ ମଧ୍ୟ ଏହି ଛୁଟି ତାଲିକା ଦେଖିପାରିବେ ।
from Kanak News https://ift.tt/30VfpHk https://ift.tt/2EisYca
No comments: