ପୁରୀରେ ଡ୍ରୋନ ସର୍ଭେଲାନ୍ସ : କୋଭିଡ ନିୟମ ଉଲ୍ଲଙ୍ଘନ ନ ହେବାକୁ ବସ୍ତି ଅଂଚଳରେ ଡ୍ରୋନ ଜରିଆରେ ନଜର ରଖୁଛି ପ୍ରଶାସନ; ଅଗଷ୍ଟ ୩୧ ଯାଏଁ ସବୁ ସରକାରୀ ଅଫିସକୁ ବାହାର ଲୋକଙ୍କୁ ମନା Kanak News

କନକ ବ୍ୟୁରୋ : ପୁରୀ ସହରରେ ଡ୍ରୋନ ଜରିଆରେ ହୋମ ସର୍ଭିଲାନ୍ସ ଚାଲିଛି । ଡ୍ରୋନ କ୍ୟାମେରା ଜରିଆରେ ପୁରୀ ସହରର କଂଟେନମେଂଟ ଜୋନ ଉପରେ ନଜର ରଖୁଛି ପ୍ରଶାସନ । ସହରର ପେଣ୍ଠକଂଟା ବସ୍ତିର ୱାର୍ଡ ନଂବର ୨୫, ୨୬, ୩୧ ଓ ୩୨ ନଂବର ଓକ୍ୱାର୍ଡକୁ କଂଟେନମେଂଟ ଘୋଷଣା କରାଯାଇଛି । ଅଗଷ୍ଟ ୩ ତାରିଖ ଯାଏଁ କଂଟେନମେଂଟ ଜୋନରେ କଟକଣା ବଳବତର ରହିବ । ଅତି ଜୁରରୀ କାମ ନଥିଲେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ସହରର ଅନ୍ୟ ଅଂଚଳରେ ଆଶା ଓ ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ସର୍ଭେ କରୁଛନ୍ତି । ସଂକ୍ରମିତଙ୍କୁ କୋଭିଡ କେୟାର ସେଂଟର ଓ ସନ୍ଦିଗ୍ଧ ହୋମ କ୍ୱାରେନଟିନରେ ରଖାଯାଉଛି । ଯେପରି କୌଣସି ବ୍ୟକ୍ତି କୋଭିଡ ନିୟମକୁ ଉଲ୍ଲଂଘନ ନ କରନ୍ତି, ସେଥିପାଇଁ ଡ୍ରୋନ ଜରିଆରେ ନଜର ରଖୁଛି ପ୍ରଶାସନ ।

ଅନ୍ୟପଟେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟାଳୟକୁ ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗୁ ହୋଇଥିବା କଟକଣାକୁ ବଢାଇଛନ୍ତି ଜିଲ୍ଲାପାଳ । ପୂର୍ବରୁ ଜୁଲାଇ ୩୧ ତାରିଖ ଯାଏଁ ସରକାରୀ ଅଫିସରେ ପ୍ରବେଶ କଟକଣା ଲାଗୁ ହୋଇଥିବା ବେଳେ ଏହାର ଅବଧିକୁ ଅଗଷ୍ଟ ୩୧ ତାରିଖ ଯାଏଁ ବଢାଇଛି ଜିଲ୍ଲା ପ୍ରଶାସନ ।



from Kanak News https://ift.tt/30QggsQ https://ift.tt/39AhMTZ
ପୁରୀରେ ଡ୍ରୋନ ସର୍ଭେଲାନ୍ସ : କୋଭିଡ ନିୟମ ଉଲ୍ଲଙ୍ଘନ ନ ହେବାକୁ ବସ୍ତି ଅଂଚଳରେ ଡ୍ରୋନ ଜରିଆରେ ନଜର ରଖୁଛି ପ୍ରଶାସନ; ଅଗଷ୍ଟ ୩୧ ଯାଏଁ ସବୁ ସରକାରୀ ଅଫିସକୁ ବାହାର ଲୋକଙ୍କୁ ମନା Kanak News ପୁରୀରେ ଡ୍ରୋନ ସର୍ଭେଲାନ୍ସ : କୋଭିଡ ନିୟମ ଉଲ୍ଲଙ୍ଘନ ନ ହେବାକୁ ବସ୍ତି ଅଂଚଳରେ ଡ୍ରୋନ ଜରିଆରେ ନଜର ରଖୁଛି ପ୍ରଶାସନ; ଅଗଷ୍ଟ ୩୧ ଯାଏଁ ସବୁ ସରକାରୀ ଅଫିସକୁ ବାହାର ଲୋକଙ୍କୁ ମନା Kanak News Reviewed by SUBHENDU BARAL on July 27, 2020 Rating: 5

No comments:

Powered by Blogger.