ବର୍ଷା ଅଭାବରୁ ଗୋପରେ ଗଜା ମରୁଡି ଆଶଙ୍କା । ଖରା ଯୋଗୁଁ ଚାଷ ଜମି ଫାଟି ଆଁ କଲାଣି । ପୋଡି ଗଲାଣି ତଳି । ଚିନ୍ତାରେ ଚାଷୀ । Kanak News
କନକ ବ୍ୟୁରୋ : ଚାଷୀଙ୍କ ପିଚ୍ଛା ଛାଡୁନି ସମସ୍ୟା । ଆଷାଢରେ ବି ବର୍ଷାର ଦେଖାନାହିଁ ଫଳରେ ଗଜା ମରୁଡି ଆଶଙ୍କା ଦେଖାଦେଇଛି । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ପୁରୀର ଗୋପ ବ୍ଲକରେ । ବର୍ଷାର ଅଭାବ ଯୋଗୁଁ ଗୋପ ବ୍ଲକର ପ୍ରାୟ ୨୦ ହଜାର ହେକ୍ଟର ଚାଷଜମିରେ ଧାନ ଫସଲ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।
କେତେକ ସ୍ଥାନରେ ଚାଷୀ ଗାଡିଆ ପୋଖରୀ ପାଣିରେ ତଳି କିଆରି ପ୍ରସ୍ତୁତ କରିଥିବାବେଳେ ଅନେକ ସ୍ଥାନରେ ଲିଫ୍ଟ ଇରିଗେସନ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି । ଆଷାଢ ମାସରେ ବର୍ଷାର ଦେଖାନାହିଁ । ପ୍ରବଳ ଖରାଯୋଗୁଁ ଚାଷ ଜମି ଫାଟି ଆଁ କଲାଣି । ତଳି ପୋଡି ଗଲାଣି । ଟିକେ ବଡ ହୋଇଯାଇଥିବା ଧାନଗଛଗୁଡିକ ବି ଜଳିଗଲାଣି ।
from Kanak News https://ift.tt/2ZBEHcQ https://ift.tt/38mk74p
ବର୍ଷା ଅଭାବରୁ ଗୋପରେ ଗଜା ମରୁଡି ଆଶଙ୍କା । ଖରା ଯୋଗୁଁ ଚାଷ ଜମି ଫାଟି ଆଁ କଲାଣି । ପୋଡି ଗଲାଣି ତଳି । ଚିନ୍ତାରେ ଚାଷୀ । Kanak News
Reviewed by SUBHENDU BARAL
on
July 02, 2020
Rating:
No comments: