ଯାଜପୁର ରାହାଶୋଇ ଗାଁରେ ଆବାସ ଯୋଜନାରେ ବଡ ଦୁର୍ନୀତି । ଥିଲାବାଲା ହାତେଇଛନ୍ତି ପକ୍କାଘର । ସରପଂଚଙ୍କ ନାବାଳକ ପୁଅ ନାଁରେ ବି ଘର Kanak News
କନକ ବ୍ୟୁରୋ: ଯାଜପୁରରେ ଆବାସ ଯୋଜନାରେ ବଡ ଦୁର୍ନୀତି । ସରପଂଚଙ୍କ ନାବାଳକ ପୁଅ ନାଁରେ ବି ଦିଆଯାଇଛି ଆବାସ । ଥିଲା ବାଲାଙ୍କ ନାମରେ ବି ଆସିିଛି ଆବାସ ଘର । ଏସବୁ ଭିତରେ କିନ୍ତୁ ଯାଜପୁର ଦଶରଥପୁର ବ୍ଲକରେ ଯୋଗ୍ୟ ହିତାଧିକାରୀ ନିରାଶ ଆବାସ ଯୋଜନାରେ ଘର ନପାଇ ନିରାଶ ହୋଇଛନ୍ତି । ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ତଦନ୍ତ ପରେ ନିଆଯିବ ପଦକ୍ଷେପ ।
ଆବାସ ଯୋଜନାରେ ଦୁର୍ନୀତି । ସରପଂଚଙ୍କ ନାବାଳକ ପୁଅକୁ ମିଳିଛି ଘର । କେବଳ ସେତିକି ନୁହଁ ଚାକିରିଆ ବି ପାଇଛନ୍ତି ଆବାସ ଯୋଜନାରେ ପକ୍କା ଘର । ଏଭଳି ଅଭିଯୋଗ ଆସିଛି ଦଶରଥପୁର ବ୍ଲକ ରାହାସୋଇ ଗାଁରୁ । ସରପଂଚଙ୍କ ନାବାଳକ ପୁଅ, ଗୋଟିଏ ପରିବାରରୁ ୩ ଟି ଜଣଙ୍କ ନାମରେ ଏବଂ ଲୋକ ପାଇଲଟ ଭାବେ ସରକାରୀ ଚାକିରି କରିଥିବା ପରିବାର ସଦସ୍ୟଙ୍କ ନାମ ଆବାସ ପାଇବାର ଯୋଗ୍ୟ ତାଲିକାରେ ସାମିଲ ହୋଇଛି । କିନ୍ତୁ ପ୍ରକୃତ ହିତାଧିକାରୀମାନଙ୍କୁ ଏଥିରୁ ବାଦ୍ କରାଯାଇଛି ।
ରାହାସୋଇ ଗାଁଁର ଅଧିକାଂଶ ପରିବାର ଶ୍ରମିକ ଶ୍ରେଣୀର । ପରିବାର ସହ ମୁଣ୍ଡ ଗୁଂଜିଛନ୍ତି ଭଙ୍ଗା ଚାଳ ଛପର ଘରେ । ବାରମ୍ବାର ଲୋକ ପ୍ରତିନିଧିଙ୍କୁ ଭେଟି ଘର ପାଇଁ ଅନୁରୋଧ କରୁଥିଲେ ମଧ୍ୟ କେବଳ ମିଳୁଛି ପ୍ରତିଶ୍ରୃତି । ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ହୋଇଥିବା ଘଟଣା ଜିଲ୍ଲା ପ୍ରଶାସନର ନଜରକୁ ଆଣିଥିଲା କନକନ୍ୟୁଜ । ଜିଲ୍ଲାପାଳ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରକାର ଗରିବ ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ କରୁଛନ୍ତି ଯୋଜନା । ହେଲେ ଦଶରଥପୁର ବ୍ଲକରେ ଏସବୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଁଚିବା ଆଗରୁ ହୋଇଯାଇଛି ବାଟମାରଣା ।
from Kanak News https://ift.tt/3dZxSa6 https://ift.tt/2C0Qdqi
No comments: