ଖୋର୍ଦ୍ଧା ପୌରପରିଷଦ ଅଫିସ୍‌ରେ ପସିଲା କରୋନା : ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍

ଖୋର୍ଦ୍ଧା ୨।୭: ଖୋର୍ଦ୍ଧା ପୌରକାର୍ଯ୍ୟାଳୟରେ କରୋନା । ଆଜି ପୌରକାର୍ଯ୍ୟାଳୟକୁ ବିଶୋଧନ କରାଯିବା ସହିତ ସମସ୍ତ କର୍ମଚାରୀଙ୍କର ସ୍ବାବ୍ ଟେଷ୍ଟ କରାଯିବ । ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସଂପୃକ୍ତ କର୍ମଚାରୀ ଜଣଙ୍କ ପୌରକାର୍ଯ୍ୟାଳୟରେ କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ଥିଲେ । ଗତ କିଛି ଦିନ ହେଲା ସେ ଜ୍ବରରେ ଆକ୍ରାନ୍ତ ଥିଲେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି ।

ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଆଜି ଅଫିସକୁ ବିଶୋଧନ କରାଯାଉଥିବା ବେଳେ ଯେଉଁମାନେ ସଂପୃକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ସେମାନଙ୍କ ସ୍ବାବ୍ ଟେଷ୍ଟ କରାଯିବ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।



from Prameya News7 https://ift.tt/3dQH1SC
ଖୋର୍ଦ୍ଧା ପୌରପରିଷଦ ଅଫିସ୍‌ରେ ପସିଲା କରୋନା : ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍ ଖୋର୍ଦ୍ଧା ପୌରପରିଷଦ ଅଫିସ୍‌ରେ ପସିଲା କରୋନା : ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍ Reviewed by SUBHENDU BARAL on July 01, 2020 Rating: 5

No comments:

Powered by Blogger.