ଭୁବନେଶ୍ବର ୨୮।୦୭: ଗଞ୍ଜାମରୁ ଆସିଥିଲେ କୁଣିଆ । ଜରୁରୀ ହସ୍ପିଟାଲ କାମରେ ଭୁବନେଶ୍ୱର ଆସିଥିଲେ । କାମ ସରିବା ପରେ ବସ୍ତିରେ ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଲେ । ସନ୍ଧ୍ୟା ବେଳକୁ ପୁଣି ଫେରିଗଲେ । କିନ୍ତୁ ସେ କରୋନାରେ ଆକ୍ରାନ୍ତ ଥିବା ଆଦୌ ଭାବିନଥିଲେ । ତାଙ୍କଠାରେ କୌଣସି ଲକ୍ଷଣ ବି ନଥିଲା । କିଛି ଦିନ ପରେ ତ୍ରିନାଥ ନଗରର ସେହି ପରିବାରରୁ ଏକାଧିକ ପଜିଟିଭ୍ ବାହାରିଥିଲେ । ତାଙ୍କ ସଂସ୍ପର୍ଶରେ ଆସି ବସ୍ତିରେ ସଂଖ୍ୟାଧିକ କରୋନା ସଂକ୍ରମିତ ହୋଇଛନ୍ତି ।
ଏହି ଲିଙ୍କ୍ରୁ ଦୁଇ ଦିନରେ ବସ୍ତିରୁ ୫୭ଜଣ ପଜିଟିଭ୍ ବାହାରିଲେଣି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂରୁ ବିଏମ୍ସି ଏଭଳି ତଥ୍ୟ ପାଇଛି । ଅନେକ ମହିଳା ସଂକ୍ରମିତ ବାହାରିଛନ୍ତି । ରବିବାର ଏଠାରୁ ୧୩ଜଣ ଆକ୍ରାନ୍ତ ବାହାରିଥିଲେ । ଏଥିରୁ ୭ଜଣ ମହିଳା । ସୋମବାର ଯେଉଁ ୪୪ ପଜଟିଭ୍ ବାହାରିଛନ୍ତି ଏଥିରୁ ୧୯ଜଣ ମହିଳା । ବସ୍ତିରେ ସଂକ୍ରମଣର ରୂପ ଦେଖି ବିଏମ୍ସି ପକ୍ଷରୁ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିଛି । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ଲକ୍ଷଣ ଥିଲେ ନମୁନା ପରୀକ୍ଷା ହେଉଛି । ତେବେ ବସ୍ତିରୁ ଚିହ୍ନଟ ଆକ୍ରାନ୍ତଙ୍କ ଭିତରୁ ୮୦ ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ନାହିଁ । ସମସ୍ତଙ୍କୁ କୋଭିଡ୍ କେୟାର ସେଣ୍ଟର ପଠାଯାଇଛି । ବସ୍ତିରେ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଦେଶନାମା ବଳବତ୍ତର ରହିଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।
from Prameya News7 https://ift.tt/304xoMa
No comments: