ଅନ୍‌ଲକ୍‌ ୩.୦ ଗାଇଡଲାଇନ୍‌ : ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ

ନୂଆଦିଲ୍ଲୀ ୩୦।୦୭: ଦେଶବ୍ୟାପୀ ରାତ୍ରିକାଳୀନ କର୍ଫ୍ୟୁ ହଟିବ । ଯୋଗଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ, ଜିମ୍‌ ଆଦି ଖୋଲିବ । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ଅନ୍‌ଲକ୍‌ ୩.୦ ମାର୍ଗଦର୍ଶିକାରେ ଏଭଳି ଘୋଷଣା କରାଯାଇଛି । ଦେଶରେ ଏବେ ଦିନକୁ ପାଖାପାଖି ୫୦ ହଜାର କରୋନା ରୋଗୀ ସୃଷ୍ଟି ହେଉଥିବା ବେଳେ ଅନ୍‌ଲକ୍‌ ୩.୦ ଘୋଷଣା କରାଯାଇଛି । ଅଗଷ୍ଟ ୧ରୁ ଏହା ଲାଗୁ ହେବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି ।

ସଂକ୍ରମଣ ବଢୁଥିବାରୁ ମେଟ୍ରୋ ସେବା, ସିନେମା ହଲ୍‌ ଓ ସ୍ୱିମିଙ୍ଗ୍‌ ପୁଲ୍‌ ଆଦି ଖୋଲିବ ନାହିଁ। ଚିତ୍ତବିନୋଦନ ପାର୍କ, ବାର୍‌, ଥିଏଟର, ଅଡିଟୋରିୟମ୍‌ ଏବଂ ଅନ୍ୟାନ୍ୟ ସାମାଜିକ ସ୍ଥଳୀ ମଧ୍ୟ ବନ୍ଦ ରହିବ ବୋଲି ଅନ୍‌ଲକ୍‌ ୩.୦ ମାର୍ଗଦର୍ଶିକା ଦର୍ଶାଇଛି। ସେହିଭଳି ସ୍କୁଲ, କଲେଜ ଓ କୋଚିଙ୍ଗ୍‌ ସଂସ୍ଥା ଆଦି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମଧ୍ୟ କୁହାଯାଇଛି। ଅଗଷ୍ଟ ୫ ତାରିଖରୁ ଯୋଗ ସଂସ୍ଥାନ ଓ ଜିମ୍‌ ଖୋଲିପାରିବ । କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଅନ୍‌ଲକ୍‌ ୩.୦ ମାର୍ଗଦର୍ଶିକା ଲାଗୁହେବ ନାହିଁ।

ଅନ୍ୟପକ୍ଷରେ ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଇ ପାରିବ। କିନ୍ତୁ ସାମାଜିକ ଦୂରତା ରକ୍ଷା ସହିତ ଅନ୍ୟ କୋଭିଡ୍‌ ପ୍ରୋଟୋକଲ୍‌ ପାଳନ କରାଯିବ। ବନ୍ଦେ ଭାରତ ମିଶନ ଅନୁସାରେ ସୀମିତ କ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ମଞ୍ଜୁରି ମିଳିଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାବଦରେ ପରେ ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଡ଼ାକଡ଼ି ଭାବେ ଲାଗୁ ହେବ। ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରି କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିବେ। କେବଳ ଜରୁରି ସେବାକୁ ଅନୁମତି ଦେବାକୁ କୁହାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକଠାରୁ ହାସଲ କରାଯାଇଥିବା ମତାମତ ଆଧାରରେ ଅନ୍‌ଲକ୍‌ ୩.୦ ମାର୍ଗଦର୍ଶିକା ଜାରି କରାଯାଇଛି। ସମ୍ପୃକ୍ତ ମନ୍ତ୍ରାଳୟ ଏବଂ ବିଭାଗଗୁଡ଼ିକ ସହ ମଧ୍ୟ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା।



from Prameya News7 https://ift.tt/336hItM
ଅନ୍‌ଲକ୍‌ ୩.୦ ଗାଇଡଲାଇନ୍‌ : ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ ଅନ୍‌ଲକ୍‌ ୩.୦ ଗାଇଡଲାଇନ୍‌ : ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ Reviewed by SUBHENDU BARAL on July 29, 2020 Rating: 5

No comments:

Powered by Blogger.