ନୂଆଦିଲ୍ଲୀ: ଜୁନ ୧୯ରେ ହେବାକୁ ଥିବା କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଦଳର ବିଧାୟକଙ୍କ ଅନୁରୋଧ କ୍ରମେ ସେ ରାଜ୍ୟସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ଦେବେଗୌଡାଙ୍କ ପୁଅ ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ସୂଚନା ଦେଇଛନ୍ତି।
ଗତ କିଛି ଦିନ ଧରି ଦେବଗୌଡାଙ୍କ ପ୍ରାର୍ଥିତ୍ୱକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଏବଂ କଂଗ୍ରେସର ସମର୍ଥନ ନେଇ ଅନିଶ୍ଚିତତା ମଧ୍ୟ ରହିଥିଲା। କିନ୍ତୁ ଏବେ କଂଗ୍ରେସର ସମର୍ଥନ ନେଇ ସବୁଜ ସଙ୍କେତ ମିଳିବା ପରେ ଦେବଗୌଡା ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଆଜି ସେ ନାମାଙ୍କନ ଦାଖଲ କରିବେ।
ଗତବର୍ଷ ସାଧାରଣ ନିର୍ବାଚନରେ ୮୭ ବର୍ଷୀୟ ଦେବେଗୌଡା ନିର୍ବାଚନ ଲଢ଼ିଥିଲେ। ହେଲେ ସେ ପରାଜିତ ହୋଇଥିଲେ।
Former PM @H_D_Devegowda have decided to contest the Rajya Sabha elections at the request of party legislators, @INCIndia Sonia Gandhi Ji and several national leaders. He is going to file his nominations tomorrow. Thanks to Sri DeveGowda for agreeing to everyone’s consensus.
— H D Kumaraswamy (@hd_kumaraswamy) June 8, 2020
ସୂଚନାଥାଉ କି, ଜୁନ୍ ୧୯ରେ କର୍ଣ୍ଣାଟକର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ।
The post ନିର୍ବାଚନ ଲଢ଼ିବେ ଦେବେଗୌଡା appeared first on OTV Khabar..
from OTV Khabar. https://ift.tt/2MIRAf6
No comments: