ଆଜିି ଶ୍ରୀମନ୍ଦିର ଗର୍ଭଗୃହ ଯାଂଚ କରିବେ ବିଶେଷଜ୍ଞ : ଗର୍ଭଗୃହରେ ଜଳୁଥିବା ଦୀପ ଧୂଆଁ ଯୋଗୁ କମୁଛି ଆସ୍ତରଣ । ଧୂଆଁକୁ ବାହାରେ ଛଡା ଯିବା ନେଇ ଟିମ୍ କରିବ ଅନୁଧ୍ୟାନ । ସେପଟେ ସଂଧ୍ୟାରେ ବସିବ ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ Kanak News

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିର ଗର୍ଭଗୃହ ଯାଂଚ କରିବେ ବିଶେଷଜ୍ଞ ଦଳ । ଏହା ସହ ନାଟମଣ୍ଡପ ଓ ଜଗମୋହନ ମଧ୍ୟ ସେମାନେ ଯାଂଚ କରିବେ । କୋଭିଡ୍ କଟକଣା ଯୋଗୁଁ ବାହାରୁ ଆସୁଥିବା ବିଶେଷଜ୍ଞ ଏଥର ଯାଂଚ କାମରେ ସାମିଲ ହୋଇ ପାରିବେ ନାହିଁ । ତେବେ ଏହି ସମୟରେ ଗର୍ଭଗୃହରେ ଜଳୀୟ ଅଂଶ ସଫା ହେବ । ନାଟମଣ୍ଡପର ଉପରି ଭାଗ ଓ ଛାତ ପୁରା ଯାଂଚ କରାଯିବ ସହ ଆବଶ୍ୟକୀୟ ମରାମତି ମଧ୍ୟ କରାଯିବ । ଗରୁଡ ସ୍ତମ୍ଭ ନିକଟରେ କ୍ରାକବିମର ଯାଂଚ କରାଯିବ ସହ ସ୍ଥିତି ପରୀକ୍ଷା ନିରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ସେପଟେ ଆଜି ସନ୍ଧ୍ୟା ୬ ଟାରେ ବସିବ ଛତିଶା ନିଯୋଗ ବୈଠକ । ମହାପ୍ରଭୁଙ୍କ ନୀତି ଓ କୋଭିଡ୍ କଟକଣାକୁ ନେଇ ହେବ ଆଲୋଚନା ।ସୁପ୍ରିମକୋର୍ଟଙ୍କ କଟକଣା ଅନୁସାରେ ରଥଯାତ୍ରା ଶେଷ ହୋଇଥିବା ବେଳେ ଏନେଇ ପରବର୍ତ୍ତୀ ସମୟରେ କିଭଳି ଏହାକୁ ବଜାୟ ରଖାଯିବ ସେନେଇ ଏହି ବୈଠକରେ ସ୍ଥାନ ପାଇବ ବୋଲି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
from Kanak News https://ift.tt/2YvB7BJ https://ift.tt/37Y85hi
ଆଜିି ଶ୍ରୀମନ୍ଦିର ଗର୍ଭଗୃହ ଯାଂଚ କରିବେ ବିଶେଷଜ୍ଞ : ଗର୍ଭଗୃହରେ ଜଳୁଥିବା ଦୀପ ଧୂଆଁ ଯୋଗୁ କମୁଛି ଆସ୍ତରଣ । ଧୂଆଁକୁ ବାହାରେ ଛଡା ଯିବା ନେଇ ଟିମ୍ କରିବ ଅନୁଧ୍ୟାନ । ସେପଟେ ସଂଧ୍ୟାରେ ବସିବ ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ Kanak News
Reviewed by SUBHENDU BARAL
on
June 24, 2020
Rating:
No comments: