ଆଜି ଠାରୁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ । ୧୮ ତାରିଖରୁ ହେବ ଟେଷ୍ଟ, ଲର୍ଣ୍ଣିଂ ପାଇଁ ୨୨ରୁ ହେବ ସ୍ଲଟ ବୁକିଂ ଓ ୨୯ରୁ ହେବ ପରୀକ୍ଷା । Kanak News
କନକ ବ୍ୟୁରୋ : ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । ଡିଏଲ ପାଇଁ ଟେଷ୍ଟ ସମେତ ଲାଇସେନ୍ସ ସମ୍ପର୍କିତ ଅନ୍ୟ କାମ ବି ଆରମ୍ଭ ହେବ । ଆଜି ଠାରୁ ଡିଏଲ ପାଇଁ ସ୍ଲଟ ବୁକିଂ କରିହେବ ଏବଂ ୧୮ ତାରିଖରୁ ଡିଏଲ ଟେଷ୍ଟ ହେବ । ସେହିପରି ୨୯ ତାରିଖରୁ ଲର୍ଣ୍ଣିଂ ପାଇଁ ଟେଷ୍ଟ ହେବ । ତେବେ ୨୨ ତାରିଖରୁ ଏଥିପାଇଁ ସ୍ଲଟ୍ ବୁକିଂ ହୋଇପାରିବ ।
ତେବେ ବର୍ତ୍ତମାନ ସ୍ଥିତିରେ ନୂଆ ଲାଇସେନ୍ସ ଦିଆଯିବ ନାହିଁ । ଆବେଦନ ସମୟରେ କୋଭିଡ୍ ଗାଇଡଲାଇନକୁ ମାନି ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବେଦନକାରୀ ଓ ଆରଟିଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିସହ ଡିଏଲ ପରୀକ୍ଷା ହେଉଥବା ସ୍ଥାନରେ ଆବେଦନକାରୀଙ୍କ ଥର୍ମାଲ ସ୍କାନିଂ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ରରେ କମ୍ ଭିଡ କରିବା ସହ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କୁ ନଆଣିବାକୁ କୁହାଯାଇଛି । କରୋନା ପାଇଁ ଅଢେଇମାସ ହେଲା ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ବନ୍ଦ ରହିଥିଲା । ଏହାକୁ ପୁଣି ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ପରିବହନ କମିଶନର ।
from Kanak News https://ift.tt/3dSbC2F https://ift.tt/3hjfgES
No comments: