ଯୁବକଙ୍କୁ ଖଣ୍ଡା ଦେଖାଇ ଉଠାଇନେଲେ ଦୁର୍ବୃତ୍ତ, CCTV ଫୁଟେଜ୍ ଆଧାରରେ ତଦନ୍ତ

ଭୁବନେଶ୍ବର ୭।୬: ଖଣ୍ଡା ଦେଖାଇ ଯୁବକଙ୍କୁ ଅପହରଣ । ଘରେ ପଶି ଜୋର ଜବରଦସ୍ତ ଦୁର୍ବୃତ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭୁବନେଶ୍ବର ଏୟାରଫିଲ୍ଡ ଥାନା ହାଇଟେକ୍‌ ପ୍ଲାଜାରେ । ଏୟାରଫିଲ୍ଡ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ହାଇଟେକ୍‌ ପ୍ଲାଜାରେ ରହୁଥିବା ଜଣେ ଯୁବକଙ୍କୁ ୩ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ଅପହରଣ କରିନେଇଛନ୍ତି । ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି । ଅପହୃତ ଯୁବକ ହେଉଛନ୍ତି କୈବଲ୍ୟ ପଟ୍ଟନାୟକ । ସେ ଠିକାଦାର ଭାବେ କାମ କରନ୍ତି ।

ତେବେ କୈବଲ୍ୟଙ୍କୁ କିଏ ଏବଂ କାହିଁକି ଅପହରଣ କରିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏୟାରଫିଲ୍ଡ ଥାନା ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । CCTV ଫୁଟେଜ୍‌ ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ ।



from Prameya News7 https://ift.tt/3dJ8dDA
ଯୁବକଙ୍କୁ ଖଣ୍ଡା ଦେଖାଇ ଉଠାଇନେଲେ ଦୁର୍ବୃତ୍ତ, CCTV ଫୁଟେଜ୍ ଆଧାରରେ ତଦନ୍ତ ଯୁବକଙ୍କୁ ଖଣ୍ଡା ଦେଖାଇ ଉଠାଇନେଲେ ଦୁର୍ବୃତ୍ତ, CCTV ଫୁଟେଜ୍ ଆଧାରରେ ତଦନ୍ତ Reviewed by SUBHENDU BARAL on June 06, 2020 Rating: 5

No comments:

Powered by Blogger.