ଭୁବନ ୧୦।୦୬: ସାପ କାମୁଡାରେ ଜଣେ ମୃତ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚଣ୍ଡିପାଳ ଗାଁର ଶ୍ରୀଧର ବେହେରାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଅଜଣା ସାପ କାମୁଡିଥିଲା । ସେହି ସମୟରେ ଶ୍ରୀଧର ଚିତ୍କାର କରିଥିଲେ, ତାଙ୍କ ପାଟି ଘର ଲୋକ ଦୌଡିଆସିଥିଲେ । ପରିବାର ଲୋକେ ତାଙ୍କୁ ରାତି ୧ଟାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସମ୍ପର୍କରେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଭୁବନ ଥାନା ତଦନ୍ତ ଜାରି ରଖିଛି । ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
from Prameya News7 https://ift.tt/2UrOErA
ସାପ କାମୁଡାରେ ଜଣେ ମୃତ
Reviewed by SUBHENDU BARAL
on
June 09, 2020
Rating:
No comments: