ଭଦ୍ରକ: କରୋନା ଭାଇରସ୍ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ଲୋକେ ଖାଦ୍ୟ ଫୋପାଡ଼ି ଦେଉଛନ୍ତି ତ ଆଉ କେଉଁଠି କଟକଣା ନ ମାନି ମଉଜ ମସ୍ତିରେ ବ୍ୟସ୍ତ ରହୁଛନ୍ତି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।
ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ କିଛି ଲୋକ ଟିକ୍ଟକ୍ ଭିଡିଓ କରୁଥିବା ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଭାଟପଡ଼ା ପଞ୍ଚାୟତରେ ଏଭଳି କିଛି ଘଟଣା ଘଟିଛି।
ଭାଟପଡ଼ା ପଞ୍ଚାୟତର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ କଟକଣା ଭିତରେ କିଛି ଲୋକେ ଟିକ୍ଟକ୍ କରୁଥିବା ଦେଖିବାକୁ ମିଳିଛି। ଏମାନେ ସମସ୍ତେ କୋଲକାତାରୁ ଫେରିଥିବାରୁ ଏମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ହେଲେ କଟକଣା ନ ମାନି ଏମାନେ ଟିକ୍ଟକ୍ କରିବାରେ ବ୍ୟସ୍ତ। ଫଳରେ ଏମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍ଥାନୀୟ ସରପଞ୍ଚ ୭ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ସରପଞ୍ଚଙ୍କ ଅଭିଯୋଗ ପରେ ତିହିଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି।
from OTV Khabar. https://ift.tt/3ccRx6k
No comments: