ନୂଆଦିଲ୍ଲୀ: ଦେଶରେ କରୋନା ବିପତ୍ତି ବଢି ବଢି ଚାଲିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରୁଛନ୍ତି। ଏବେ ବିଳମ୍ବରେ ହେଉ ପଛେ କଂଗ୍ରସ କରୋନା ବିପତ୍ତିର ମୁକାବିଲା ପାଇଁ ସହଯୋଗର ହାତ ବଢାଇଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ଘୋଷଣା କରିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ରେଳଯାତ୍ରାର ସମସ୍ତ ଖର୍ଚ୍ଚ କଂଗ୍ରେସ ବହନ କରିବ।
ଏ ନେଇ କଂଗ୍ରେସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ନିଷ୍ପତ୍ତି ନେଇଛି ଯେ, ରାଜ୍ୟ ବାହାରେ ରହିଥିବା ଶ୍ରମିକ ଓ ଅନ୍ୟ କର୍ମଚାରୀ ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସମସ୍ତଙ୍କ ପାଇଁ ଟ୍ରେନ୍ରେ ଘରକୁ ଫେରିବାର ବ୍ୟବସ୍ଥା କରାଯାଇଛି। ଏହି ରେଳଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ କଂଗ୍ରେସ ବହନ କରିବ।
କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି କହିଛନ୍ତି, ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ ସଦୃଶ। ତାଙ୍କର ପରିଶ୍ରମ ଏବଂ ତ୍ୟାଗ ରାଷ୍ଟ୍ର ନିର୍ମାଣର ମୂଳଦୂଆ। ମାତ୍ର ୪ ଘଣ୍ଟା ମଧ୍ୟରେ ଲକ୍ଡାଉନ ଘୋଷଣା କରାଯିବା ଯୋଗୁ ଲକ୍ଷାଧିକ ଶ୍ରମିକ ବିଭିନ୍ନ ସ୍ଥାନରେ ଫଶି ରହିଛନ୍ତି। ଶ୍ରମିକମାନେ ହଜାର ହଜାର କିମି ରାସ୍ତା ପାଦରେ ଚାଲି ଚାଲି କିମ୍ବା ସାଇକେଲ୍ରେ ଯାଉଛନ୍ତି। ସେମାନଙ୍କ ପାଖର ନା ଅଛି ରାଶନ, ନା ଅର୍ଥ ନା ଔଷଧ, କିଛି ବି ନାହିଁ। ଏପରି ପରିସ୍ଥିତିରେ କେନ୍ଦ୍ର ସରକାର ଶ୍ରମିକମାନଙ୍କ ଘର ବାହୁଡା ପାଇଁ ରେଳ ସୁବିଧା ଉପଲବ୍ଧ କରାଇଛନ୍ତି। କିନ୍ତୁ ଦୁଃଖର କଥା ରେଳ ବାଇ ଏପରି ଶ୍ରମିକମାନଙ୍କଠାରୁ ରଳଭଡା ଆଦାୟ କରୁଛନ୍ତି। ଏହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସୋନିଆ କହିଛନ୍ତି।
ସୋନିଆ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଆମେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଦେଶକୁ ଆଣିବା ପାଇଁ ମାଗଣାରେ ବିମାନ ଯୋଗାଇ ଦେଉଛୁ, ଗୁଜୁରାଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ଦେଉଛୁ, ରେଳ ମନ୍ତ୍ରାଳୟ ଯଦି ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ୧୫୧ କୋଟି ଟଙ୍କା ସହାୟତା ଦେଇପାରେ ତେବେ ଏହି ଶ୍ରମିକମାନଙ୍କୁ ନିଃଶୁଳ୍କ ଯାତ୍ରାର ବ୍ୟବସ୍ଥା କରୁନି କାହିଁକି ବୋଲି ସେନିଆ ପ୍ରଶ୍ନ କରିଛନ୍ତି।
कांग्रेस अध्यक्षा, श्रीमती सोनिया गांधी का बयान
भारतीय राष्ट्रीय कांग्रेस ने यह निर्णय लिया है कि प्रदेश कांग्रेस कमेटी की हर इकाई हर जरूरतमंद श्रमिक व कामगार के घर लौटने की रेल यात्रा का टिकट खर्च वहन करेगी व इस बारे जरूरी कदम उठाएगी। pic.twitter.com/DWo3VZtns0
— Congress (@INCIndia) May 4, 2020
from OTV Khabar. https://ift.tt/3c1U0AI
No comments: