ନୂଆଦିଲ୍ଲୀ ୩।୫: ଦିଲ୍ଲୀରେ ଶନିବାର ଦିନ ୭ ବିଏସଏଫ କର୍ମଚାରୀ କରୋନା ପଜିଟିଭ ଥିବା ଜଣାପଡିଛି । ସେମାନେ ସମସ୍ତେ ଦିଲ୍ଲୀ ପୋଲିସ ସହିତ ଡ୍ୟୁଟିରେ ଥିଲେ । ଦିଲ୍ଲୀ ପୋଲିସକୁ ସାହାଯ୍ୟ କରିବା ପାଇଁ ଏହି ଯବାନମାନଙ୍କୁ ଜାମା ମସଜିଦ / ଚାନ୍ଦନୀ ମହଲ ଅଞ୍ଚଳରେ ନିୟୋଜିତ କରାଯାଇଥିଲା । ଏହି ସମସ୍ତ ଯବାନମାନେ ୧୨୬ ବାଟାଲିୟନ ଏବଂ ବିଏସଏଫର ୧୭୮ ବାଟାଲିୟନରୁ ଆସିଥିଲେ । ସେମାନଙ୍କୁ ନୋଏଡାର ସିଏଚ୍ ଏବଂ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଶନିବାର ଦିନ ବିଏସଏଫ ହସ୍ପିଟାଲ ଆରକେ ପୁରାମରେ ୫ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ସକରାତ୍ମକ ହୋଇଥିବାବେଳେ ତ୍ରିପୁରାରେ ଦୁଇ ବିଏସଏଫ ଯବାନ କରୋନା ସଂକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ଏହାପରେ ସଂକ୍ରମିତ ବିଏସଏଫ କର୍ମଚାରୀଙ୍କ ମୋଟ୍ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।
ବିଏସଏଫ ହସ୍ପିଟାଲ ଆରକେ ପୁରାମରେ ୫ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟ ଦୁଇଜଣ ବିଏସ୍ଏଫ୍ କର୍ମଚାରୀ କର୍କଟ ରୋଗରେ ପୀଡିତ ଅଛନ୍ତି ଏବଂ ସେମାନେ ବିଏସ୍ଏଫ୍ ହସ୍ପିଟାଲରୁ କ୍ୟାନସର ଡାକ୍ତରଖାନାକୁ ଯାଉଥିଲେ । ସେମାନେ ଉଭୟେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
from Prameya News7 https://ift.tt/3fddDHZ
No comments: