ସୋର ୦୪।୦୫: ମାଛ ଧରିବାକୁ ଯାଇ ସମୁଦ୍ରରେ ବୁଡିଲା ଡଙ୍ଗା । ସମୁଦ୍ରରେ ଡଙ୍ଗା ବୁଡିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ ଜଣେ ନିଖୋଜ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଜାମିକା ମୁହାଣରୁ ଗତ ଗୁରୁବାର ଦିନ ଏକ ମାଛଧରା ଟ୍ରଲର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲା। କାଳବୈଶାଖୀରେ ସମୁଦ୍ରରେ ଦିନ ୨.୩୦ସମୟରେ ୭ ଜଣଥିବା ମାଛଧରା ଟ୍ରଲରଟି ଓଲଟି ପଡିଥିଲା। ପାଞ୍ଚଜଣ ମାଛ ଧରାଳିକୁ ଅନ୍ୟ ଏକ ଡଙ୍ଗା ଉଦ୍ଧାର କରିଥିବା ବେଳେ ୨ ନିଖୋଜ ଥିଲେ। ତେବେ ଗତକାଲି ସମୁଦ୍ରରେ ଏକ ମାଛଧରା ଟ୍ରଲର ନିଖୋଜ ମାନଙ୍କୁ ଖୋଜୁଥିବା ବେଳେ ଓଲଟି ପଡିଥିବା ଡଙ୍ଗା ମିଳିଥିଲା। ସେଥିରେ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତକ ଇଞ୍ଚୁଡ଼ି ବାଲିଛରିଆ ଗାଁର ଗୌରାଙ୍ଗ ଦଳେଇ ବୋଲି ଜଣାପଡିଛି । ତେବେ ନିଖୋଜ ଥିବା ମତ୍ସଜୀବୀଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନାହିଁ ।
from Prameya News7 https://ift.tt/3bWvq46
ମାଛ ଧରିବାକୁ ଯାଇଥିବା ବେଳେ ବୁଡିଲା ଡଙ୍ଗା : ଜଣେ ମୃତ, ଜଣେ ନିଖୋଜ
Reviewed by SUBHENDU BARAL
on
May 03, 2020
Rating:
No comments: