ପୁଣେ SIIର ଦାବି : ଟ୍ରାଏଲ ସଫଳ ହେଲେ ୩ ସପ୍ତାହ ମଧ୍ୟରେ ଆରମ୍ଭ ହେବ କରୋନା ଟୀକାର ଉତ୍ପାଦନ

ପୁଣେ ୨୮।୪: ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା । ଏହାର ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବିଭିନ୍ନ ଦେଶ ଏହାର ଟୀକା ତିଆରି କରିବା ପାଇଁ ଲାଗିପଡିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏହି ସମୟରେ ପୁଣେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଅଦାର ପୁନାୱାଲା ନିଶ୍ଚିତ କରିଛନ୍ତି ଯେ ପରୀକ୍ଷା ସଫଳ ହେଲେ କୋଭିଡ-୧୯ ଟୀକା ତିନି ସପ୍ତାହ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବ । ଏହା ପୂର୍ବରୁ SII ରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଆଗାମୀ ରୋଡ୍ ପ୍ଲାନ୍ ସମ୍ବନ୍ଧରେ ସ୍ପଷ୍ଟ କରାଯାଇଥିଲା । SII ର ଟିମ୍ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ଡକ୍ଟର ହିଲ ସହିତ ମିଶି କାମ କରୁଛନ୍ତି ।

ଅନୁଷ୍ଠାନର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଏହି ଟୀକା ବଜାରକୁ ଆସିବ ବୋଲି ଆଶା କରାଯାଉଛି । ଯଦି ପରୀକ୍ଷଣଗୁଡିକ ସମସ୍ତ ଆବଶ୍ୟକୀୟ ସୁରକ୍ଷା ନିୟମ ଏବଂ ପ୍ରଭାବଶାଳୀ ରହିବାର ଗ୍ୟାରେଣ୍ଟି ସହ ସଫଳ ହୁଏ ତେବେ ଏହି ଟୀକା ଉତ୍ପାଦନ କରାଯିବ । ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା SII ତରଫରୁ ଏହି ଟୀକା ବ୍ରିଟେନରେ ଉତ୍ପାଦିତ ହେବ ଏବଂ କ୍ଲିନିକାଲ୍ ପରୀକ୍ଷା ସଫଳ ହେବ ବୋଲି ଆଶା କରାଯାଉଛି । ଦୁଇ-ତିନି ସପ୍ତାହ ମଧ୍ୟରେ ଏହି ଟୀକା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ । ମେ ମାସରେ ଭାରତରେ ନିଜର ଟୀକା ପରୀକ୍ଷା ଆରମ୍ଭ କରିବାକୁ SII ଆଶା କରୁଛି । ପରୀକ୍ଷା ମଧ୍ୟ ସଫଳ ହେଲେ ଏହି ଟୀକା ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ ବୋଲି ଆଶା କରାଯାଉଛି ।

ପୁଣେରେ SII ର ଉତ୍ପାଦନ ଏବଂ ଉତ୍ପାଦନ ସୁବିଧା କୋଭିଡ-୧୯ ଟୀକା ତିଆରି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହାସହ ଅନୁଷ୍ଠାନ କୋଭିଡ-୧୯ ଟୀକା ପାଇଁ ଏକ ନୂତନ ସୁବିଧା ନିର୍ମାଣ କରୁଛି । ଏହାକୁ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୨-୩ବର୍ଷ ସମୟ ଲାଗିବ । ଆଗରୁ ଥିବା ୟୁନିଟ୍ ମଧ୍ୟରୁ ଗୋଟିଏରେ ଟୀକା ଉତ୍ପାଦନ ପ୍ରାୟ ୩ ସପ୍ତାହ ମଧ୍ୟରେ ଆରମ୍ଭ ହେବ ।

SII ର ଲକ୍ଷ୍ୟ ହେଉଛି ପ୍ରଥମ ୬ ମାସ ପାଇଁ ମାସକୁ ୪୦ ରୁ ୫୦ଲକ୍ଷ ଡୋଜ୍ ଉତ୍ପାଦନ । ଏହାପରେ ଏହାକୁ ପ୍ରତି ମାସରେ ଏକ କୋଟି ଡୋଜକୁ ବୃଦ୍ଧି କରାଯାଇପାରିବ । ସେପ୍ଟେମ୍ବର ସୁଦ୍ଧା ୨ ରୁ ୪ କୋଟି ଡୋଜ୍ ପ୍ରସ୍ତୁତ କରିବାକୁ SII ଆଶା କରୁଛି ।



from Prameya News7 https://ift.tt/2yOMU3I
ପୁଣେ SIIର ଦାବି : ଟ୍ରାଏଲ ସଫଳ ହେଲେ ୩ ସପ୍ତାହ ମଧ୍ୟରେ ଆରମ୍ଭ ହେବ କରୋନା ଟୀକାର ଉତ୍ପାଦନ ପୁଣେ SIIର ଦାବି : ଟ୍ରାଏଲ ସଫଳ ହେଲେ ୩ ସପ୍ତାହ ମଧ୍ୟରେ ଆରମ୍ଭ ହେବ କରୋନା ଟୀକାର ଉତ୍ପାଦନ Reviewed by SUBHENDU BARAL on April 27, 2020 Rating: 5

No comments:

Powered by Blogger.