ବିଶ୍ୱରେ କେତେ ଜୀବନ ନେଲାଣି କରୋନା ? OTV KHABAR BUREAU

ନୂଆଦିଲ୍ଲୀ: ବିଶ୍ୱରେ କରୋନା ନେଲାଣି ୨ ଲକ୍ଷରୁ ଅଧିକ ଜୀବନ। ସାରା ପୃଥିବୀରେ ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ଏବେ ଯାଏଁ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷକୁ ପାର କରିଛି।

ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସୁପରପାୱାର ଆମେରିକାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣ ନେଉଛି କରୋନା। ଗତ ୨୪ ଘଣ୍ଟାରେ ଆମେରିକାରେ ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ବଡ଼ ବୃଦ୍ଧି ଘଟିଛି। ଆମେରିକାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୦ ହଜାରକୁ ବୃଦ୍ଧି ପାଇଛି।  ଏଠାରେ ମୃତ୍ୟୁ ସଂଖ୍ୟା ୫୪ ହଜାର ଅତିକ୍ରମ କରିଛି।

ସେହିଭଳି ଇଟାଲୀରେ ପ୍ରାୟ ୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୬ ହଜାର ଟପିଛି। ସେପଟେ ଏବେ ପ୍ରଭାବିତ ତାଲିକାରେ ସ୍ପେନ୍ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଦେଶରେ ୨ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୨୩ ହଜାର ଲୋକଙ୍କ ଜୀବନ ଯାଇଛି। ଏହାଛଡ଼ା ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ୍‌ରେ ସ୍ଥିତି ଗମ୍ଭୀର ରହିଛି।

 



from OTV Khabar. https://ift.tt/35cptNV
ବିଶ୍ୱରେ କେତେ ଜୀବନ ନେଲାଣି କରୋନା ? OTV KHABAR BUREAU ବିଶ୍ୱରେ କେତେ ଜୀବନ ନେଲାଣି କରୋନା ? OTV KHABAR BUREAU Reviewed by SUBHENDU BARAL on April 25, 2020 Rating: 5

No comments:

Powered by Blogger.