କନକ ବ୍ୟୁରୋ : ମେ ୩ ତାରିଖ ପରେ ସାରା ଦେଶରେ ଲକଡାଉନ୍ ଅବଧି ଆଉ ବଢିବ ନାହିଁ । ବରଂ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇ, ସ୍ଥିତିକୁ ସ୍ୱାଭାବିକ କରାଯିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଗୃହ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଆସନ୍ତା ୪ ତାରିଖ ବେଳକୁ କୋଭିଡ-୧୯ ବିରୋଧରେ ଲଢେଇ କରିବା ପାଇଁ ନୂଆ ଗାଇଡଲାଇନ୍ ଆସିବ । ଏହି ଗାଇଡଲାଇନରେ ଏକାଧିକ ଜିଲ୍ଲାରେ ଅନେକ କୋହଳ ନୀତି ପାଳନ କରାଯିବ ।
ଗାଇଡଲାଇନରେ କଣ ରହିବ ସେ ନେଇ ଖୁବଶୀଘ୍ର ସମସ୍ତଙ୍କୁ ଅବଗତ କରାଇ ଦିଆଯିବ ବୋଲି କୁହାଯାଇଛି । ଆଉ ୪ ଦିନ ପରେ ଦେଶରେ କରୋନା ପାଇଁ ଜାରି ହୋଇଥିବା ୪୦ ଦିନିଆ ଲକଡାଉନ୍ ଅବଧି ଶେଷ ହେବ । ଏହାପରେ ପୁଣିଥରେ ସମଗ୍ର ଦେଶରେ ଲକଡାଉନ୍ ଅବଧି ବଢିବ କି ନାହିଁ , ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଚର୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି ।
from Kanak News https://ift.tt/3bNEOXS https://ift.tt/2JtvefW
ମେ’୩ ପରେ ବଢିବ ନାହିଁ ଲକଡାଉନ । ଧୀରେ ଧୀରେ କୋହଳ ହେବ କଟକଣା, ୪ରେ ଆସିପାରେ ନୂଆ ଗାଇଡଲାଇନ Kanak News
Reviewed by SUBHENDU BARAL
on
April 29, 2020
Rating:
No comments: