ବୈଜ୍ଞାନିକଙ୍କ ଚିନ୍ତା ବଢାଇଲା କରୋନାର ନୂଆ ଲକ୍ଷଣ : ଥଣ୍ଡା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଦେଲେ ବି ହେବ ରୋଗ Kanak News

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ସାରା ଚିକିତ୍ସା ଜଗତ ପାଇଁ ଏବେ ଚିନ୍ତାର କାରଣ ହୋଇ ରହିଛି । ଏହାକୁ ନେଇ ସବୁ ଗବେଷଣା ଓ ତଦନ୍ତ ଜାରି ରହିଛି । ଏଥିରୁ କିଛି ବି ସୁଫଳ ମିଳିପାରୁନି । ପ୍ରତିଦିନ କରୋନାକୁ ନେଇ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆମେରିକାକୁ ସବୁଠାରୁ ପ୍ରଭାବିତ କରିଥିବା ରୋଗ ସେଠାରେ ୫ ଥର ତାହାର ଜିନ୍ ଓ ଅନୁବଂଶକୁ ବଦଳାଇ ସାରିଲାଣି । ଏଠାରେ ଟାଇପ୍ ଏ ଓ ଟାଇପ୍ ବି ଏମିତି ଦୁଇଟି ପ୍ରକାର ସଂକ୍ରମଣ ବ୍ୟାପୁଛି । ଏବେ ୟୁଏସ ସେଂଟର ଫର ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ ସଂସ୍ଥା କରୋନାର ୬ ଟି ନୂଆ ଲକ୍ଷଣ ସଂପର୍କରେ ସୂଚନା ଦେଇଛି । ଯଦି କାହାକୁ ଥଣ୍ଡା ଅନୁଭବ ହେଉଛି, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ଆଖି ଗୋଲାପୀ ଦେଖା ଯିବା ,ଗଳା କୁଣ୍ଡେଇହବା ଏବଂ ସ୍ୱାଦ ଓ ଗନ୍ଧ ବାରିବାରେ ଅସୁବିଧା ଭୋଗିବା ଭଳି ଲକ୍ଷଣ ଦେଖାଦେଲେ ତାଙ୍କୁ କରୋନା ହୋଇଥିବାର ଯଥେଷ୍ଟ ସଂଭାବନା ରହୁଛି । ଭୂତାଣୁ ସଂକ୍ରମଣର ୨ ରୁ ୧୪ ଦିନ ଭିତରେ ଏସବୁ ଲକ୍ଷଣ ରୋଗୀ ଠାରେ ଦେଖା ଦେଉଛି । ପୂର୍ବରୁ ଜ୍ୱର ଶୁଖିଲା କାଶ ଏବଂ ଶ୍ୱାସ କ୍ରିୟାରେ ସମସ୍ୟା ଦେଖା ଦେଉଥିଲା । ଏବେ ଆଉ ୬ ଟି ନୂଆ ଲକ୍ଷଣ ପ୍ରକାଶ ପାଇବା ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଇଛି ।



from Kanak News https://ift.tt/2SeGfXl https://ift.tt/3cXKdLR
ବୈଜ୍ଞାନିକଙ୍କ ଚିନ୍ତା ବଢାଇଲା କରୋନାର ନୂଆ ଲକ୍ଷଣ : ଥଣ୍ଡା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଦେଲେ ବି ହେବ ରୋଗ Kanak News ବୈଜ୍ଞାନିକଙ୍କ ଚିନ୍ତା ବଢାଇଲା କରୋନାର ନୂଆ ଲକ୍ଷଣ : ଥଣ୍ଡା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଦେଲେ ବି ହେବ ରୋଗ Kanak News Reviewed by SUBHENDU BARAL on April 27, 2020 Rating: 5

No comments:

Powered by Blogger.