ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଭୁବନେଶ୍ବର ମଧୁସୂଦନ ନଗର ଅଞ୍ଚଳର, ୪୧ ନମ୍ବର ସଂକ୍ରମିତଙ୍କ ସଂପର୍କୀୟ

ଭୁବନେଶ୍ୱର ୨୯।୦୪: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର । ସେ ଭୁବନେଶ୍ବର ମଧୁସୂଦନ ନଗର ଅଞ୍ଚଳର ବୋଲି ତଥ୍ୟ ଦେଲେ ରାଜ୍ୟ ସରକାର । ଆକ୍ରାନ୍ତ ହେଉଛନ୍ତି ଜଣେ ୭୭ ବର୍ଷୀୟ ବୃଦ୍ଧ । ଚିହ୍ନଟ ଆକ୍ରାନ୍ତ ୪୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି ହୋଇଛି ।

ଆଜି ସକାଳ ସମୟରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଥିଲେ । ଯାହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୧୮ରୁ ୧୧୯ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରୁ ୮୦ଜଣ ଚିକିତ୍ସାଧୀନ ଅଛନ୍ତି । ଏବଂ ସୁସ୍ଥ ହୋଇ ଡିସ୍ ଚାର୍ଜ ହେଲେଣି ୩୮ଜଣ । ତେବେ ରାଜ୍ୟରେ କରୋନାରେ ଏଯାଏ ଜଣଙ୍କର ମୃତ୍ୟୁ ହୋଇଛି ।



from Prameya News7 https://ift.tt/2yQBBIj
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଭୁବନେଶ୍ବର ମଧୁସୂଦନ ନଗର ଅଞ୍ଚଳର, ୪୧ ନମ୍ବର ସଂକ୍ରମିତଙ୍କ ସଂପର୍କୀୟ ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଭୁବନେଶ୍ବର ମଧୁସୂଦନ ନଗର ଅଞ୍ଚଳର, ୪୧ ନମ୍ବର ସଂକ୍ରମିତଙ୍କ ସଂପର୍କୀୟ Reviewed by SUBHENDU BARAL on April 28, 2020 Rating: 5

No comments:

Powered by Blogger.