ଲକ୍ ଡାଉନ୍ ମଧ୍ୟରେ ଖୋଲିଲା କେଦାରନାଥଙ୍କ ଦ୍ବାର, ଏବେ ଭକ୍ତଙ୍କ ପ୍ରବେଶକୁ ନାହିଁ ଅନୁମତି

୨୯।୪: କରୋନା ଭାଇରସ୍ ବିରୋଧରେ ଜାରି ରହିଥିବା ଲଢେଇ ମଧ୍ୟରେ ବୁଧବାର କେଦାରନାଥ ମନ୍ଦିରର ଦ୍ବାର ଖୋଲାଯାଇଛି । ସଂପୂର୍ଣ୍ଣ ଆଇନଗତ ନିୟମ ଏବଂ ପରମ୍ପରା ସହିତ ସକାଳ ୬ଟା ୧୦ମିନିଟ୍ ରେ ବାବା କେଦାରଙ୍କ ଦ୍ବାର ଖୋଲିଛି । କେଦାରନାଥ ଧାମର ମୁଖ୍ୟ ପୁରୋହିତ ଶିବ ଶଙ୍କର ଲିଙ୍ଗଙ୍କ ଉପସ୍ଥିତିରେ ମନ୍ଦିର ଦ୍ବାର ଖୋଲାଯାଇଥିଲା। କରୋନା ଭାଇରସ୍ ର ମୁକାବିଲା ପାଇଁ ଲକ୍ ଡାଉନ୍ ଯୋଗୁଁ ଭକ୍ତମାନଙ୍କୁ  ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇନାହିଁ ।

ଦେବସ୍ଥାନମ୍ ବୋର୍ଡର କେବଳ ୧୬ ଜଣଙ୍କୁ କେଦାରନାଥ ପରିଦର୍ଶନ କରିବାକୁ ଅନୁମତି ମିଳିଚି ​​। ଏହା ବ୍ୟତୀତ ଧାମରେ ​​କିଛି ଶ୍ରମିକ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି । ଏଥର ବାବା କେଦାରଙ୍କ ଡୋଲି ଗୋଟିଏ ଦିନ ପୂର୍ବରୁ କେଦାରନାଥରେ ପହଞ୍ଚିଥିଲା । ଏହାପରେ ପୁଣି ଥରେ ପୂର୍ବପରି ଆସନ୍ତା ୬ମାସ ପର୍ଯ୍ୟନ୍ତ ଶିବଙ୍କ ପୂଜା ଏଠାରେ କରାଯିବ । ତାପମାତ୍ରା କଥା ଦେଖିବାକୁ ଗଲେ ଏହି ସମୟରେ ଏଠାରେ ବହୁତ ଥଣ୍ଡା ଲାଗେ । ଏହା ସତ୍ତ୍ବେ ଭକ୍ତମାନଙ୍କର ବିଶ୍ବାସ ଏବଂ ଭକ୍ତି କମେନାହିଁ । କିନ୍ତୁ ଏଥର କରୋନା ଭାଇରସ୍ ଯୋଗୁଁ ଭକ୍ତମାନଙ୍କୁ ଧାମ ଯିବାକୁ ଅନୁମତି ଦିଆଯାଇନାହିଁ ।

ଚାରି ଧାମରେ ଶୀତଦିନେ ପ୍ରବଳ ତୁଷାରପାତ ଏବଂ ପ୍ରବଳ ଥଣ୍ଡା ହେତୁ ପ୍ରତିବର୍ଷ ଅକ୍ଟୋବର-ନଭେମ୍ବରରେ ଭକ୍ତମାନଙ୍କ ପାଇଁ ସେମାନଙ୍କର ଦ୍ବାର ବନ୍ଦ ହୋଇଯାଏ । ଯାହା ଆସନ୍ତା ବର୍ଷ ଅପ୍ରେଲ-ମେ’ ମାସରେ ପୁନର୍ବାର ଖୋଲାଯାଏ ।

ଏହାପୂର୍ବରୁ ଅକ୍ଷୟ ତୃତୀୟା ଶୁଭ ଅବସରରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ବାର ଖୋଲା ଯାଇଥିଲା । ଏହା ସହିତ ଚାରି ଧାମ ଯାତ୍ରା ମଧ୍ୟ ଆରମ୍ଭ ହୋଇଥିଲା । ଧାର୍ଯ୍ୟ ଶୁଭ ମୂହୂର୍ତ୍ତ ଦ୍ବିପ୍ରହର ୧୨ୟା ୩୫ ମିନିଟ୍ ରେ ଗାଙ୍ଗୋତ୍ରୀ ଧାମ ଏବଂ ୧୨ଟା ୪୧ରେ ଯମୁନୋତ୍ରୀ ଧାମର ଦ୍ବାର ଖୋଲା ଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର କମିଟି ଗଙ୍ଗୋତ୍ରୀଙ୍କୁ ୧୧୦୦ଟଙ୍କା ଦାନ କରିଥିଲେ ।

ଲକ୍ ଡାଉନ୍ ର ପ୍ରତିବନ୍ଧକ ହେତୁ ଭକ୍ତମାନଙ୍କୁ ବର୍ତ୍ତମାନ ଧାମ ପରିଦର୍ଶନ କରିବାକୁ ଅନୁମତି ନାହିଁ । କରୋନା ଭାଇରସ୍ କାରଣରୁ ସାରା ଦେଶରେ ଚାଲିଥିବା ଲକ୍ ଡାଉନ୍ ଯୋଗୁଁ ଏଥର କେବଳ ୨୧-୨୧ ତୀର୍ଥ ପୁରୋହିତଙ୍କୁ ଦ୍ବାର ଉଦଘାଟନ ଉତ୍ସବରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା ।



from Prameya News7 https://ift.tt/35c8cEG
ଲକ୍ ଡାଉନ୍ ମଧ୍ୟରେ ଖୋଲିଲା କେଦାରନାଥଙ୍କ ଦ୍ବାର, ଏବେ ଭକ୍ତଙ୍କ ପ୍ରବେଶକୁ ନାହିଁ ଅନୁମତି ଲକ୍ ଡାଉନ୍ ମଧ୍ୟରେ ଖୋଲିଲା କେଦାରନାଥଙ୍କ ଦ୍ବାର, ଏବେ ଭକ୍ତଙ୍କ ପ୍ରବେଶକୁ ନାହିଁ ଅନୁମତି Reviewed by SUBHENDU BARAL on April 28, 2020 Rating: 5

No comments:

Powered by Blogger.