ଭୁବନେଶ୍ବର ୨୯।୦୪: ରାଜ୍ୟରେ ଥମିବାର ନାଁ ନେଉନି କରୋନା । ଆଜି ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ କେଉଁ ଜିଲ୍ଲାର ତାହା ଜଣାପଡିନାହିଁ । ସଂପୃକ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ମଙ୍ଗଳବାର ଦିନ ରାଜ୍ୟରେ ୭ଜଣ କରୋନା ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ମଧ୍ୟରୁ ତିନିଜଣ ଭଦ୍ରକ ଜିଲ୍ଲାର ଏବଂ ଅନ୍ୟ ଚାରି ଜଣ ରାଉରକେଲାର ନାଲା ରୋଡ୍ ଅଞ୍ଚଳର ବୋଲି ଜଣାପଡିଥିଲେ । ଭଦ୍ରକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ – ୪୫ , ୨୮ ଓ ୨୯ବର୍ଷ ଏବଂ ସମସ୍ତେ ପୁରୁଷ ରହିଛନ୍ତି । ସେହିପରି ରାଉରକଲା ନାଲାରୋଡ୍ରୁ ଚିହ୍ନଟ ହୋଇଥିବା ଚାରି ଜଣ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ-୫୫ ବର୍ଷୀୟ ମହିଳା, ୩୫ବର୍ଷୀୟା ମହିଳା, ୩୮ବର୍ଷୀୟ ପୁରୁଷ ଓ ୨୭ବର୍ଷୀୟ ପୁରୁଷ ରହିଛନ୍ତି । ଭଦ୍ରକରୁ ଚିହ୍ନଟ ହୋଇଥିବା ସଂକ୍ରମିତ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ କେଉଁ ଜିଲ୍ଲାର ବୋଲି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ରାଜ୍ୟ ପାଇଁ ପଶ୍ଚିମବଙ୍ଗ ପେରନ୍ତା ଚିନ୍ତାର ବିଷୟ ପାଲଟିଛି । ସୂଚନା ମୁତାବିକ ବର୍ତ୍ତମାନ ରାଜ୍ୟରେ ବର୍ତ୍ତମାନ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ପହଞ୍ଚିଛି। ୮୦ ଜଣଙ୍କ ଚିକିତ୍ସା ଚାଲିଛି। ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।
from Prameya News7 https://ift.tt/3aHb6SU
No comments: