କନକ ବ୍ୟୁରୋ : କେରଳ ପରେ ଦିଲ୍ଲୀକୁ ଡେଇଁଲା କରୋନା ଭୂତାଣୁ । ଦିଲ୍ଲୀରେ ୫ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ସନ୍ଦେହ ଘେରକୁ ଆସିବା ପରେ ଏପରି ସୂଚନା ମିଳିଛି । ଚୀନରୁ ଫେରିଥିବା ୫ ଜଣଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେବା ପରେ ଏହି ୫ ଜଣଙ୍କୁ ଦିଲ୍ଲୀର ଏମଆରଏଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା । ସେମାନଙ୍କର ଠାରୁ ନମୂନା ସଂଗ୍ରହ କରାଯାଇ ପୁନେ ପଠା ଯାଇଛି ।
ଗତକାଲି ଭାରତରେ କରୋନା ଭୂତାଣୁରେ ସଂକ୍ରମିତ ପ୍ରଥମ ରୋଗୀ ଚିହ୍ନଟ ହୋଇଛି କେରଳରେ । ସଂକ୍ରମିତ ଛାତ୍ରୀ ଜଣକ ଚୀନର ୟୁହାନରେ ରହି ପାଠ ପଢୁଥିବା ବେଳେ ନିକଟରେ ଭାରତ ଫେରିଥିଲେ । ଏହି ଛାତ୍ରୀଙ୍କୁ ଏବେ କେରଳର ଥ୍ରିସୁର ଜେନେରାଲ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି । ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ।
ଥ୍ରିସୁର ହସ୍ପିଟାଲର କର୍ମଚାରୀଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଛାତ୍ରୀଙ୍କ ଚିକିତ୍ସାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ସେପଟେ ମାଲେସିଆରେ ତ୍ରିପୁରାରର ଜଣେ ୨୩ ବର୍ଷିୟ ଯୁବକ କରୋନା ଭାଇରସ ଯୋଗୁଁ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତ ଯୁବକ ତ୍ରିପୁରାର ମନୀର ହୁସେନ ବୋଲି ଜଣାଯାଇଛି । ୨୦୧୮ରେ ସେ ମାଲେସିଆ ଯାଇ ସେଠାରେ ଏକ ରେସ୍ତୋରାଁରେ କାମ କରୁଥିଲେ ।
from Kanak News https://ift.tt/2REYnK9 https://ift.tt/3aW8B0r
No comments: