୫ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ରାଜଭବନ’ ଉଦ୍ୟାନ । ଅପରାହ୍ନ ସାଢେ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରିପାରିବେ ଉଦ୍ୟାନ ପରିଦର୍ଶନ Kanak News

କନକ ବ୍ୟୁରୋ: ରାଜଭବନ ପରିସରରେ ଥିବା ଉଦ୍ୟାନ ଆସନ୍ତାକାଲିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରଖାଯିବ। ଏ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମତି ପ୍ରଦାନ କରିଛନ୍ତି। ସାଧାରଣ ଦର୍ଶକମାନେ ଶନିବାର ଓ ରବିବାର ମଧ୍ୟ ଅପରାହ୍ନ ୨ଟା ୩୦ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜବଭନ ଉଦ୍ୟାନରେ ବୁଲି ପାରିବେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୨୦୨୦ ଜାନୁଆରି ୬ ଠାରୁ ୨୧ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ବୁଲି ପାରିବେ। ରବିବାର ବ୍ୟତୀତ ପିଲାମାନେ ପୂର୍ବାହ୍ନ ୮ଟା ୩୦ରୁ ଦିନ ୧୦ଟା ଯାଏଁ ବୁଲିପାରିବେ। ଏଥି ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରାଜ୍ୟପାଳଙ୍କ ଏଡିସି ଅଥବା ରାଜଭବନ ସୁରକ୍ଷା ବିଭାଗର ଏସିପିଙ୍କୁ ଜଣାଇବାକୁ ହେବ।

ରାଜଭବନ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ରାଜଭବନ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ (ଆପ୍) ‘ରାଜଭବନ ଓଡ଼ିଶା’ ପ୍ରସ୍ତୁତ କରାଯାଇଛି। ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଗ୍ରାହକ ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରେ ପାଇ ପାରିବେ। ଦର୍ଶକମାନେ ଏହି ମୋବାଇଲ୍ ଆପକୁ ବ୍ୟବହାର କରି କ୍ୟୁଆର୍ କୋଡ୍ ପାଇପାରିବେ ଏବଂ ଏହାକୁ ରାଜଭବନ ଗେଟରେ ମୁତୟନ ହେବାକୁ ଥିବା ସୁରକ୍ଷାକର୍ମୀଙ୍କୁ ଦେଖାଇ ଭିତରକୁ ପ୍ରବେଶ କରିପାରିବେ। ସେହିପରି ରାଜଭବନ ଫାଟକ ସମ୍ମୁଖରେ ଥିବା ଅଭ୍ୟର୍ଥନା କକ୍ଷରେ ଦର୍ଶକମାନଙ୍କୁ ପୂର୍ବବର୍ଷ ଭଳି ଟିକେଟ୍ ମିଳିପାରିବ।

ଦର୍ଶକମାନେ ଉଦ୍ୟାନ ଭିତରକୁ ଟିଫିନ ବକ୍ସ, ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଓ କ୍ୟାମେରା ସାଥୀରେ ନ ନେବାକୁ ଅନୁରୋଧ କରାଯାଇଛି। ସେହିଭଳି ବୁଲିବା ସମୟରେ ଉଦ୍ୟାନକୁ ପରିଚ୍ଛନ୍ନ ରଖିବା ପାଇଁ ଦର୍ଶକମାନଙ୍କ ନିକଟରେ ଅପିଲ କରାଯାଇଛି। ଉଦ୍ୟାନକୁ ସଫାସୁତୁରା ରଖିବା ପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି କୁହାଯାଇଛି। ଦର୍ଶକମାନଙ୍କୁ ପ୍ରବେଶ ଦିଆଯିବା ପୂର୍ବରୁ ରାଜଭବନ ଉଦ୍ୟାନକୁ ସୁସଜ୍ଜିତ କରାଯାଇଛି। ଉଦ୍ୟାନରେ ବିଭିନ୍ନ ରଙ୍ଗବେରଙ୍ଗର ଫୁଲଗୁଡ଼ିକ ସଜାଯାଇଛି। ହରିଣ ପାର୍କ, ମ୍ୟୁଜିକ୍ ଫାଉଣ୍ଡେସନ, ଓପନ୍ ଆକ୍ୱାରିୟମ, ପକ୍ଷୀ ଖୁଆଡ଼ ଦେଖି ଦର୍ଶକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।



from Kanak News https://ift.tt/2tosEmR https://ift.tt/2sMtfyD
୫ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ରାଜଭବନ’ ଉଦ୍ୟାନ । ଅପରାହ୍ନ ସାଢେ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରିପାରିବେ ଉଦ୍ୟାନ ପରିଦର୍ଶନ Kanak News ୫ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ରାଜଭବନ’ ଉଦ୍ୟାନ । ଅପରାହ୍ନ ସାଢେ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରିପାରିବେ ଉଦ୍ୟାନ ପରିଦର୍ଶନ Kanak News Reviewed by SUBHENDU BARAL on January 03, 2020 Rating: 5

No comments:

Powered by Blogger.