ନୂଆଦିଲ୍ଲୀ ୩୧।୧: ଆଜିଠୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଏହା ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ଦ୍ବିତୀୟ ବଜେଟ୍ ଅଧିବେଶନ । ଦେଶରେ ଏବେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବାରୁ ଏହି ଅଧିବେଶନ ବେଶ୍ ଗୁରୁତ୍ବ ବହନ କରୁଛି । ଆୟକର ଛାଡ଼ ସୀମା ବୃଦ୍ଧି, ଜିଏସଟି ସ୍ଲାବରେ ପରିବର୍ତ୍ତନ ଉପରେ ବି ସାରା ଦେଶର ନଜର ରହିଛି । ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧିବେଶନ ଆରମ୍ଭରେ ଉଭୟ ଗୃହକୁ ସମ୍ବୋଧନ କରିବେ । ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବ ।
ଇନ୍ଦିରା ଗାନ୍ଧିଙ୍କ ପରେ ବଜେଟ୍ ଉପସ୍ଥାପନା କରିବାରେ ସେ ହେବେ ଦେଶର ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ । ସେହିପରି ମୋଦିଙ୍କ କ୍ୟାବିନେଟ୍ ରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ଅନ୍ତରୀଣ ବଜେଟ୍ ଆଗତ କରି ସାରିଥିବାବେଳେ ଆସନ୍ତାକାଲି ପ୍ରଥମ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ ।
ତେବେ ଏପ୍ରିଲ ୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୧ ତାରିଖ ଯାଏଁ ଚାଲିବ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ କିଭଳି ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିବ ସେନେଇ ସମସ୍ତ ସଂସଦୀୟ ଦଳର ନେତାଙ୍କ ସହ ବୈଠକ ଆଲୋଚନା କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
from Prameya News7 https://ift.tt/2OdmZrk
No comments: