ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆବର୍ଷକୁ ଫିକା କରିପାରେ ବର୍ଷା ! କାହିଁକି ନା କୋହଲା ପାଗ ସାଙ୍ଗକୁ ଏଥର ବର୍ଷାରେ ଭିଜିପାରେ ନୂଆବର୍ଷ। ଭାରତୀୟ ପାଣିପାଗ ବିଭାଗ ସହ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଜାନୁଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱରରେ ବର୍ଷା ସାମାନ୍ୟ ଅଧିକ ରହିପାରେ ଏବଂ ଅନ୍ୟ ଜିଲ୍ଲାମାନଙ୍କରେ କୋହଲା ପାଗ ସାଙ୍ଗକୁ ହାଲ୍କା ବର୍ଷା ହୋଇପାରେ।
ସେହିପରି ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏ ବର୍ଷା ହୋଇପାରେ। ଏହି ୨ ରାଜ୍ୟର ବର୍ଷାର ପରିମାଣ ସାମାନ୍ୟ ଅଧିକ ରହିପାରେ ବୋଲି ଆଶଙ୍କା କରାଯାଉଛି। ଓଡ଼ିଶାକୁ ଛାଡ଼ିଦେଲେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଜାନୁଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏ ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
from OTV Khabar. https://ift.tt/369XM8k
No comments: