ମାଲକାନଗିରି: ରାଜ୍ୟରେ ବେଧଡ଼କ ଭାବେ ଚାଲିଛି ଚୋରା ଗଞ୍ଜେଇ ଚାଲାଣ କାରବାର। ସବୁଠାରୁ ବଡ଼ କଥା ବିହାରୀ ମହିଳାମାନେ ଏଥିରେ ସାମିଲ ଅଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଟନେଲ କ୍ୟାମ୍ପ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରି ଏଭଳି ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ କରିଛି।
ଏକ ଗାଡ଼ିରେ ୨ ଜଣ ବିହାରୀ ମହିଳାଙ୍କ ସମେତ ୫ ଜଣ ବ୍ୟକ୍ତି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଯାଇଛନ୍ତି।
ପୁଲିସ୍ ଆଖିରେ ଧୂଳି ଦେବାକୁ ଏମାନେ ଗାଡ଼ି ତଳେ ଏକ ଚାମ୍ବର କରି ଗଞ୍ଜେଇକୁ ଛୋଟ ଛୋଟ ପ୍ୟାକେଟରେ ରଖି ଚାଲାଣ କରୁଥିଲେ।
ଗାଡ଼ିରୁ ୧୧୨ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ବିହାର ଚାଲାଣ ହେଉଥିଲା। ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ। ତେବେ ଏହି ଗଞ୍ଜେଇ ରାକେଟ୍ର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ସେନେଇ ଅବକାରୀ ବିଭାଗ ଖୋଳତାଡ଼ ଆରମ୍ଭ କରିଛି।
from OTV Khabar. https://ift.tt/39eLRrB
ଗଞ୍ଜେଇ ରାକେଟ୍ ପଛରେ ବିହାରୀ ମହିଳା OTV KHABAR BUREAU
Reviewed by SUBHENDU BARAL
on
December 26, 2019
Rating:
No comments: