ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ସେଲ୍ଫି  ଉଠାଉଥିଲେ, ଖସି ପଡ଼ିଲେ OTV KHABAR BUREAU

ସୋନପୁର: ମହଙ୍ଗା ପଡ଼ିଲା ବିପଦପୂର୍ଣ୍ଣ ଭାବେ ସେଲ୍ଫି ଉଠାଇବା। ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ଜଣେ ଯୁବକ ସେଲ୍ଫି  ଉଠାଉଥିବା ବେଳେ ନଦୀକୁ ଖସି ପଡ଼ିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛନ୍ତି।  ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

ସୋନପୁର ସହରର ପଟାଭାଡ଼ିର ଜିତୁ ନାୟକ ନାମକ ଜଣେ ଯୁବକ ଗତକାଲି ତାଙ୍କ ଦୁଇ ଜଣ ସାଙ୍ଗଙ୍କ ସହ ସୁବର୍ଣ୍ଣପୁରରେ ଥିବା ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ସେଲ୍ଫି  ଉଠାଉଥିଲେ। ଏହି ସମୟରେ ଜିତୁ ନିୟନ୍ତ୍ରଣ ହରାଇ ପ୍ରାୟ ୪୦ ଫୁଟ ତଳକୁ କଚାଡ଼ି ହୋଇ ନଦୀକୁ ଖସି ପଡ଼ିଥିଲେ। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜିତୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

ସେଲ୍ଫି ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍ଫି  ନେବା ନିଶାରେ ଆମେ ଏମିତି ଭୁଲ୍‌ କରିଥାଉ, ଯାହା ଆମ ପାଇଁ ବିପଦ ହୋଇଥାଏ। ତେଣୁ ଏଥିପ୍ରତି ସଜାଗ ରହିବା ଆବଶ୍ୟକ।



from OTV Khabar. https://ift.tt/2t3vrSg
ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ସେଲ୍ଫି  ଉଠାଉଥିଲେ, ଖସି ପଡ଼ିଲେ OTV KHABAR BUREAU ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ସେଲ୍ଫି  ଉଠାଉଥିଲେ, ଖସି ପଡ଼ିଲେ OTV KHABAR BUREAU Reviewed by SUBHENDU BARAL on December 26, 2019 Rating: 5

No comments:

Powered by Blogger.