ପଦାରେ ପଡିଲା ରେଳବାଇ କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି । ଓଡିଆରେ ଛପାଯାଇଥିବା ଫର୍ମକୁ ଓଡିଆରେ ପୂରଣ କଲେ ଟିକେଟ ଦେଉନାହାଁନ୍ତି କର୍ମଚାରୀ Kanak News

କନକ ବ୍ୟୁରୋ: ପଦାରେ ପଡିଲା ରେଳବାଇ କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି । ଗୋଟିଏ ପଟେ ଇଂରାଜୀ ଓ ଓଡିଆରେ ଆରକ୍ଷଣ ଫର୍ମ ଛାପିଛି ବିଭାଗ । ଅନ୍ୟପଟେ ସେହି ଫର୍ମକୁ ଓଡିଆରେ ପୂରଣ କଲେ ଆବେଦନକାରୀଙ୍କୁ ଟିକେଟ୍ ଦେବାକୁ ମନା କରି ଦେଉଛନ୍ତି ଏବଂ ଇଂରାଜୀରେ ଲେଖିବାକୁ ବାଧ୍ୟ କରୁଛନ୍ତି ଟିକେଟ୍ କାଉଁଣ୍ଟରରେ ଅବସ୍ଥାପିତ କର୍ମଚାରୀ । ଏଭଳି ବଚିତ୍ର ସ୍ଥିତି ସାମ୍ନାକୁ ଆସିଛି ରାଉରକେଲାରେ । ସେକ୍ଟର-୧୯ ସ୍ଥିତ ବୁକିଙ୍ଗ୍ କାଉଁଣ୍ଟରରେ ଓଡିଆ ଲେଖା ଆରକ୍ଷଣ ଫର୍ମ ଦେଖିଲା ମାତ୍ରେ ଆବେଦନକାରୀଙ୍କୁ ରୋକଠୋକ୍ ଟିକେଟ୍ କାଟିବାକୁ ମନା କରିଦେଇଛନ୍ତି ।

ଯଦି କିଏ ପ୍ରତିବାଦ କଲା ତାକୁ ନାଲିଆଖି ଦେଖାଇବା ସହ ଅଜବ ଯୁକ୍ତି ରଖି କହିଛନ୍ତି କର୍ତ୍ତୃପକ୍ଷଙ୍କୁ କୁହ ରାଉରକେଲାରେ ଓଡିଆଙ୍କୁ ବସାଇବେ । ରେଳବାଇ କର୍ମଚାରୀଙ୍କ ଏଭଳି ଆଭିମୁଖ୍ୟକୁ ଉପାନ୍ତ ଅଂଚଳରେ ଓଡିଆ ଭାଷା ସଂସ୍କୃତି ରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁଇ ଦିନ ତଳେ ଓଡିଶାର ବିଭିନ୍ନ ରେଳ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ ଓଡିଆ ଭାଷାରେ ଲେଖା ହୋଇ ମିଳିବା ଆରମ୍ଭ ହୋଇସାରିଛି ।



from Kanak News https://ift.tt/356YB09 https://ift.tt/36a9Y8U
ପଦାରେ ପଡିଲା ରେଳବାଇ କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି । ଓଡିଆରେ ଛପାଯାଇଥିବା ଫର୍ମକୁ ଓଡିଆରେ ପୂରଣ କଲେ ଟିକେଟ ଦେଉନାହାଁନ୍ତି କର୍ମଚାରୀ Kanak News ପଦାରେ ପଡିଲା ରେଳବାଇ କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି । ଓଡିଆରେ ଛପାଯାଇଥିବା ଫର୍ମକୁ ଓଡିଆରେ ପୂରଣ କଲେ ଟିକେଟ ଦେଉନାହାଁନ୍ତି କର୍ମଚାରୀ Kanak News Reviewed by SUBHENDU BARAL on December 28, 2019 Rating: 5

No comments:

Powered by Blogger.