ସହର ପାଲଟିଯିବ ନଗର, ଦ୍ୱାପର ଯୁଗକୁ ଫେରିଯିବ କଳିଯୁଗର କାହାଣୀ…ଦୀର୍ଘ ୧୧ ଦିନ ଚାଲିବ ମହାରାଜ କଂସଙ୍କ ରାଜୁତି; ବରଗଡରେ ଚାଲିଛି ବଡ ପ୍ରସ୍ତୁତି Kanak News
କନକ ବ୍ୟୁରୋ: ସହର ପାଲଟିଯିବ ନଗର । ଦ୍ୱାପର ଯୁଗକୁ ଫେରିଯିବ କଳିଯୁଗର କାହାଣୀ । ଦୀର୍ଘ ୧୧ ଦିନ ଚାଲିବ ମହାରାଜ କଂସଙ୍କ ରାଜୁତି । ଆଉ ମାତ୍ର ଦିନ କେଇଟା ପରେ ବରଗଡ଼ ସହରରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଦୁନିଆର ସବୁଠୁ ବଡ଼ ମୁକ୍ତମଂଚ ପାଇଁ ଏବେ ଜୋରସୋରରେ ଚାଲିଛି ପ୍ରସ୍ତୁତି ।
ସଜେଇ ହେଉଛି ବରଗଡ଼ ସହର । ନିର୍ମାଣ ହେଉଛି ଶୁଉଚ୍ଚ ତୋରଣ, ରଙ୍ଗିନ୍ ହେଉଛି ରାସ୍ତାଘାଟ । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରୀ ସ୍ମରଣୀୟ କରିବା ପାଇଁ ଲାଗି ପଡ଼ିଛନ୍ତି କାରିଗର । ସହରର ମୁଖ୍ୟ ପ୍ରବେଶ ପଥରରୁ ଆରମ୍ଭ କରି ମହାରାଜଙ୍କ ଦରବାର, ରଙ୍ଗମହଲର ନିର୍ମାଣ କାମ ଜୋରସୋରରେ ଚାଲିଛି ।
ଏପଟେ ବିଶ୍ୱର ସବୁଠୁ ବଡ଼ ଖୋଲା ମଂଚରେ ଅଭିନୟ କରୁଥିବା କଳାକାରଙ୍କ ପାଇଁ ପ୍ରସ୍ତୁତ ହେଉଛି ପାରମ୍ପିକ ପୋଷାକ । ସହରର ଝଙ୍କାର ଚିତ୍ରାଳୟରେ ମାପ ଅନୁଯାୟୀ କଳାକାର ମାନଙ୍କ ବେଶ-ପୋଷାକର ସମସ୍ତ ସାମଗ୍ରୀ ନିର୍ମାଣ ଚାଲିଛି । ମହାରାଜ କଂସଙ୍କ ପାଇଁ ରାଜକୀୟ ପୋଷାକ, ମୁକୁଟ, ମନ୍ତ୍ରୀଗଣଙ୍କ ପୋଷାକ-ପଗଡ଼ିକୁ ମୋତି, ଚୁମୁକି ଆଦି ଲଗାଇ ଅତି ଆକର୍ଷଣୀୟ ଢ଼ଙ୍ଗରେ ପ୍ରସ୍ତୁତ କରାଯାଉଛି ।
from Kanak News https://ift.tt/2tY1XFX https://ift.tt/2Q3SsgW
No comments: