ୟୁପି ପୋଲିସ ବିରୋଧରେ ପ୍ରିୟଙ୍କାଙ୍କ ସାଂଘାତିକ ଅଭିଯୋଗ । ତଣ୍ଟି ଚିପିବା ସହ ଧକ୍କା ମାରି ଅଟକାଇବା ନେଇ ଅଭିଯୋଗ କଲେ କଂଗ୍ରେସ ମହାସଚିବ Kanak News
କନକ ବ୍ୟୁରୋ: ଉତ୍ତରପ୍ରଦେଶ ପୁଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅବସରପ୍ରାପ୍ତ ଆଇପିଏସ ଅଫିସର ଏସଆର. ଦାରାପୁରୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବା ସମୟରେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କ ତଂଟି ଚିପିବା ସହ ଧକ୍କା ମାରି ଅଟକାଇବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ପ୍ରିୟଙ୍କାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହିଳା ପୋଲିସ୍ ଅଧିକାରୀ ଅର୍ଚ୍ଚନା ସିଂହ ।
CO Archana Singh statement after priyanka gandhi allegations on her. pic.twitter.com/fXGBok5n2V
— Ajayendra Rajan (@AjayendraR) December 29, 2019
ସେ କହିଛନ୍ତି, ପ୍ରିୟଙ୍କା ତାଙ୍କ ରୁଟ୍ ବଦଳାଇ ଯାତ୍ରା କରୁଥିବାରୁ ତେଣୁ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ତେବେ ତାଙ୍କ ସହ କୌଣସି ର୍ଦୁବ୍ୟବହାର କରାଯାଇ ନଥିବା ସେ କହିଛନ୍ତି । ପ୍ରିୟଙ୍କା ମିଛ କହୁଛନ୍ତି ବୋଲି ପୋଲିସ କହିଛି । ଏନେଇ ପ୍ରେସ୍ ରିଲିଜ୍ ଜାରି କରିଛି ଉତ୍ତରପ୍ରଦେଶ ପୋଲିସ୍ । ନାଗରିକତା ସଂଶୋଧନ ଆଇନ ଓ ଏନଆରସି ହିଂସାତ୍ମକ ପ୍ରତିବାଦରେ ସାମିଲ ଥିବା ଅଭିଯୋଗରେ ଦାରାପୁରୀଙ୍କୁ ଉଠାଇ ନେଇଛି ପୋଲିସ୍ । ଅନ୍ୟପଟେ ପ୍ରିୟଙ୍କାଙ୍କ ଅଭିଯୋଗ ପରେ ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି କଂଗ୍ରେସ ।
from Kanak News https://ift.tt/39nYHE4 https://ift.tt/2Q85BWu
No comments: