ବିଜେଡିକୁ ମହଙ୍ଗା ପଡିଲା ବାଇର୍‌ ରାଲି- ବିନାହେଲମେଟ୍‌ରେ ରାଲି କରି ଜରିମାନା ଗଣିବେ

ଭୁବନେଶ୍ୱର ୨୯।୧୦ -ବିଜେଡି ପ୍ରତିଷ୍ଠା ଦିବସରେ କିଛି ଦଳୀୟ ଯୁବ ନେତା ରାଜଧାନୀରେ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ଆୟୋଜନ କରିଥିଲେ । ଏହି ରାଲିରେ ଦଳୀୟ ନେତା, କର୍ମକର୍ତ୍ତା ସମସ୍ତେ ବିନା ହେଲମେଟ୍‌ରେ ବାଇକ୍‌ ଚାଳନା କରି ମୋଟର ଯାନ ଆଇନ୍‌ (ଏମ୍‌ଭିଏ) ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଏବେ ସେହି ନେତାମାନଙ୍କ ଉପରେ ଟ୍ରାଫିକ୍‌ ଫାଇନ୍‌ର ଛାଟ ବାଜିବ ବୋଲି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଟୁଇଟ୍‌ କରାଯାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି ଫୁଟେଜ ସଂଗ୍ରହ କରି ପୁଲିସ୍‌ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରକାଶ କରିଛି । ଉକ୍ତ ଟୁଇଟ୍‌ରେ ପୁଲିସ୍‌ ସିଧାସଳଖ ବିଜେଡି ନାଁ ନ ଲେଖି ପରୋକ୍ଷରେ ଏହା ଜଣାଇଛି ।

ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେଲା ପରେ କମିଶରେଟ୍‌ ପୁଲିସ୍‌ ଓ ଆରଟିଓ-୧/୨ ଚେକିଂ କରି ଲୋକଙ୍କ ଠାରୁ ମୋଟା ଅଙ୍କରେ ଫାଇନ୍‌ ଆଦାୟ କରୁଛନ୍ତି । ଟ୍ରାଫିକ୍‌ ପୁଲିସ୍‌ ହଜାରେ ଟଙ୍କା ଫାଇନ୍‌ କରୁଥିବା ବେଳେ ଆରଟିଓ କର୍ମଚାରୀ ୫ ହଜାର ଟଙ୍କା ଜରିମାନା ଲଗାଉଛି।


ଯଦି କାହା ବାଇକ୍‌ ଚକାରେ ପବନ ନାହିଁ ତା’ହେଲେ ତାକୁ ବି ଧରୁଛନ୍ତି । ହେଲେ ୨୬ ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ଅବସରରେ ନେତା ଓ କର୍ମୀମାନେ ଉତ୍ସାହିତ ହୋଇ ସହରର ପ୍ରମୁଖ ରାସ୍ତାରେ ଏକ ବିଶାଳ ବାଇକ୍‌ ରାଲି କରିଥିଲେ। ଏହି ରାଲିରେ ୫୦୦ରୁ ଅଧିକ ବାଇକ୍‌ ଥିଲା । ସର୍ବାଧିକ ମଟର ସାଇକେଲ୍‌ ଥିଲା ବୁଲେଟ୍‌ ଓ ପଲସର । କୌଣସି ଜଣେ ନେତା କି କର୍ମୀ ହେଲମେଟ୍‌ ପିନ୍ଧିନଥିଲେ । ଆଗରେ ଥିବା ବାଇକ୍‌ରେ ନେତାମାନେ ଠିଆ ହୋଇ ହାତରେ ଦଳୀୟ ପତାକା ହଲାଉଥିଲେ ।

ଟ୍ରାଫିକ ଉଲ୍ଲଂଘନର ଏହି ଦୃଶ୍ୟ ଟ୍ରାଫିକ୍‌ ପୁଲିସ୍‌ ଓ ଆରଟିଓ କର୍ମଚାରୀ ଦେଖିଲେ ବି ଭୟରେ ସେମାନଙ୍କୁ ଅଟକାଉ ନଥିଲେ । ଏହାପରେ ରାଲିର ଫଟୋ ସବୁ ସୋସିଆଲ୍‌ ମିଡିଆରେ ଛାଡ଼ିଥିଲେ । ଏହାକୁ ଦେଖି କମିଶନରେଟ୍‌ ପୁଲିସ୍‌କୁ ବହୁ ଲୋକ ଟୁଇଟ୍‌ କରି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କମିଶନରେଟ୍‌ ପୁଲିସ୍‌ ଟୁଇଟ୍‌ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ।



from Prameya News7 https://ift.tt/2ZvaUCn
ବିଜେଡିକୁ ମହଙ୍ଗା ପଡିଲା ବାଇର୍‌ ରାଲି- ବିନାହେଲମେଟ୍‌ରେ ରାଲି କରି ଜରିମାନା ଗଣିବେ ବିଜେଡିକୁ ମହଙ୍ଗା ପଡିଲା ବାଇର୍‌ ରାଲି- ବିନାହେଲମେଟ୍‌ରେ ରାଲି କରି ଜରିମାନା ଗଣିବେ Reviewed by SUBHENDU BARAL on December 28, 2019 Rating: 5

No comments:

Powered by Blogger.