‘ଆଉ ୮/୯ ଘଣ୍ଟା ଯାଏ ବର୍ଷା ଓ ପବନର ପ୍ରକୋପ ରହିବ’ OTV KHABAR BUREAU

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ର ବେଗ କମିଛି। ଗତକାଲି ଏହା ଘଣ୍ଟାପ୍ରତି ୨୧ କି.ମି.ରେ ଗତି କରୁଥିବା ବେଳେ ଆଜି ଏହା ଘଣ୍ଟାପ୍ରତି ୭ କି.ମି.ରେ ଗତି କରୁଛି। ଏନେଇ ଆଜି ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏବେ ଏହା ପାରାଦୀପଠୁ ୧୧୦କି.ମି. ଦୂରରେ ଅଛି।

ଏସ୍‌ଆର୍‌ସି କହିଛନ୍ତି, ‘ଆଉ ୮/୯ ଘଣ୍ଟା ଯାଏ ବର୍ଷା ଓ ପବନର ପ୍ରକୋପ ରହିବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।’

ପାରାଦୀପରେ ବର୍ଷା ଓ ଜୋରରେ ପବନ ବହିବା ସହ ଧାମରାରେ ମଧ୍ୟ ଜୋରରେ ପବନ ବହୁଛି। ଧାମରାରେ ପ୍ରାୟ ଘଣ୍ଟାପ୍ରତି ୧୧୦ କି.ମି. ବେଗରେ ପବନ ବହୁଛି। ବର୍ଷା ବି ଲାଗି ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଓ ଭଦ୍ରକର ଅନେକ ସ୍ଥାନରେ ଗଛ ଉପୁଡ଼ିଛି। ତେବେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଟିମ୍ ଦ୍ୱାରା ଗଛ କଟା ଆରମ୍ଭ ହୋଇଗଲାଣି। ଏନେଇ ଏସ୍‌ଆର୍‌ସି ସୂଚନା ଦେଇ କହିଛନ୍ତି।



from OTV Khabar. https://ift.tt/36JrHVz
‘ଆଉ ୮/୯ ଘଣ୍ଟା ଯାଏ ବର୍ଷା ଓ ପବନର ପ୍ରକୋପ ରହିବ’ OTV KHABAR BUREAU ‘ଆଉ ୮/୯ ଘଣ୍ଟା ଯାଏ ବର୍ଷା ଓ ପବନର ପ୍ରକୋପ ରହିବ’ OTV KHABAR BUREAU Reviewed by SUBHENDU BARAL on November 08, 2019 Rating: 5

No comments:

Powered by Blogger.