ତାଣ୍ଡବ ରଚିଲା ‘ବୁଲ୍‌ବୁଲ୍‌’ OTV KHABAR BUREAU

ନୂଆଦିଲ୍ଲୀ/ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଗତକାଲି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଥିବା ଜଣାପଡ଼ିଛି।

‘ବୁଲ୍‌ବୁଲ୍‌’  ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୫ରୁ ୧୨୫ କି.ମି ରହିଥିଲା। ବେଳେବେଳେ ପବନର ବେଗ ବଢ଼ି ୧୩୦ କି.ମି ପର୍ଯ୍ୟନ୍ତ ଛୁଇଁଥିଲା। ତେବେ ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ‘ବୁଲ୍‌ବୁଲ୍‌’ ୩ ଘଣ୍ଟା ତାଣ୍ଡବ ରଚିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଗତକାଲି ସନ୍ଧ୍ୟାରେ ‘ବୁଲ୍‌ବୁଲ୍‌’ ପ୍ରଭାବରେ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଥିଲା। ଜୋରରେ ପବନ ହେବାରୁ କୋଲକତା ସହରର କିଛି ଅଞ୍ଚଳରେ ଗଛ ଭାଙ୍ଗିବା ସହ ବିଦ୍ୟୁତ୍‌ ଖୁଣ୍ଟି ଉପୁଡ଼ି ପଡ଼ିଛି। ଫଳରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି। ବର୍ଷା ଓ ଝଡ଼ରେ କୋଲକାତାରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପଶ୍ଚିମବଙ୍ଗରେ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲାା ‘ବୁଲ୍‌ବୁଲ୍‌’ ପ୍ରଭାବ ଓଡ଼ିଶାର କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ପରିଲକ୍ଷିତ ହୋଇଛି। ବାଲେଶ୍ୱର ଓ ଭଦ୍ରକ ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବି ହୋଇଥିଲା। ବହୁ ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଛି। ଫଳରେ ଗମନାଗମନରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି।



from OTV Khabar. https://ift.tt/2K8bPSD
ତାଣ୍ଡବ ରଚିଲା ‘ବୁଲ୍‌ବୁଲ୍‌’ OTV KHABAR BUREAU ତାଣ୍ଡବ ରଚିଲା ‘ବୁଲ୍‌ବୁଲ୍‌’ OTV KHABAR BUREAU Reviewed by SUBHENDU BARAL on November 09, 2019 Rating: 5

No comments:

Powered by Blogger.