ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ‘ବୁଲ୍‌ବୁଲ୍‌’ OTV KHABAR BUREAU

ନୁଆଦିଲ୍ଲୀ: ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ବାତ୍ୟା ‘ବୁଲ୍‌ବୁଲ୍‌’। ଆଜି ଭୋର ୫ଟା ୩୦ରେ ଏହା ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରୁ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି।

୬ ଘଣ୍ଟା ମଧ୍ୟରେ ‘ବୁଲ୍‌ବୁଲ୍‌’ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବାର ସମ୍ଭାବନା ରହିଛି।

ବାତ୍ୟା ‘ବୁଲ୍‌ବୁଲ୍‌’ ଗତକାଲି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଥିବା ଜଣାପଡ଼ିଛି।

‘ବୁଲ୍‌ବୁଲ୍‌’  ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୫ରୁ ୧୨୫ କି.ମି ରହିଥିଲା। ବେଳେବେଳେ ପବନର ବେଗ ବଢ଼ି ୧୩୦ କି.ମି ପର୍ଯ୍ୟନ୍ତ ଛୁଇଁଥିଲା। ତେବେ ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ‘ବୁଲ୍‌ବୁଲ୍‌’ ୩ ଘଣ୍ଟା ତାଣ୍ଡବ ରଚିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।



from OTV Khabar. https://ift.tt/2qAYHyy
ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ‘ବୁଲ୍‌ବୁଲ୍‌’ OTV KHABAR BUREAU ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ‘ବୁଲ୍‌ବୁଲ୍‌’ OTV KHABAR BUREAU Reviewed by SUBHENDU BARAL on November 09, 2019 Rating: 5

No comments:

Powered by Blogger.