କେନ୍ଦ୍ରାପଡ଼ା: ଶେଷରେ ଆଇନ୍ର ଲମ୍ବା ହାତ ଯାଇ ପହଞ୍ଚିଲା କେନ୍ଦ୍ରାପ଼ଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନିକଟରେ। ଯୌନ ଶୋଷଣ ଅଭିଯୋଗ ମାମଲାରେ ପ୍ରମୋଦ ସାହୁଙ୍କୁ ପୁଲିସ୍ ଅଟକ ରଖିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳ ସ୍ଥିତ ବାସଭବନରୁ ଟାଉନ ଥାନା ପୁଲିସ୍ ତାଙ୍କୁ ଉଠାଇ ନେଇଥିଲା। ଆଜି ସକାଳେ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ ପ୍ରମୋଦଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ। ଏମିତିକି ଭିନ୍ନ ଉଦ୍ଦେଶ୍ୟ ରଖି ପ୍ରମୋଦ ଫୋନ୍ କଲ୍ ଓ ମେସେଜ୍ରେ କଥାବାର୍ତ୍ତା କରିଥିବାର ପ୍ରମାଣ ପୁଲିସ୍ ଏବଂ ଗଣମାଧ୍ୟମକୁ ପୀଡ଼ିତା ଦେଖାଇଥିଲେ। ପ୍ରମୋଦ ତାଙ୍କ ଫାର୍ମ ହାଉସ୍ରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ ମଧ୍ୟ ପୀଡ଼ିତା ଅଭିଯୋଗ କରିଥିଲେ।
ପ୍ରମୋଦ ସାହୁଙ୍କ ନାଁରେ ଯୌନ ଉତ୍ପୀଡ଼ନ ପ୍ରସଙ୍ଗରେ OTV କ୍ୟାମେରା ସାମ୍ନାରେ ପୀଡ଼ିତା ନିଜର କରୁଣ କାହାଣୀ କହିଥିଲେ। ସଭାପତି ପ୍ରମୋଦ ସାହୁଙ୍କ ନାଁରେ ସେ ଖୋଲା ଅଭିଯୋଗ କରିଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: ପୀଡ଼ିତାଙ୍କ ମୁହଁରେ ଉତ୍ପୀଡ଼ନର କାହାଣୀ
from OTV Khabar. https://ift.tt/34qMdIn
No comments: