ପାରାଦୀପ: ମୋବାଇଲ୍ ଫୋନ୍ ବିସ୍ଫୋରଣରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ପାରାଦୀପରେ ଏହି ଅଘଟଣ ଘଟିଛି। ମୃତ ରାଜମିସ୍ତ୍ରୀଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି। ପାରାଦୀପରେ ରହି ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।
ସୂଚନା ଅନୁସାରେ, ସମ୍ପୃକ୍ତ ରାଜମିସ୍ତ୍ରୀ ଜଣକ ତାଙ୍କର ୪ ଜଣ ସାଥୀଙ୍କ ସହ ଅଠରବାଙ୍କୀ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଗତକାଲି ଫୋନ୍କୁ ଚାର୍ଜରେ ବସାଇ ଏହାକୁ ଛାତିରେ ରଖି ରାଜମିସ୍ତ୍ରୀ ଜଣକ ଶୋଇ ପଡ଼ିଥିଲେ। ହଠାତ୍ ବିଳମ୍ବିତ ରାତିରେ ମୋବାଇଲ୍ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ଘଟିଥିଲା।
ବିସ୍ଫୋରଣ ସମୟରେ ମୋବାଇଲ୍ ଚାର୍ଜରେ ବସିଥିଲା ଓ ଓଭର୍ ଚାର୍ଜିଂ ଯୋଗୁ ଏଭଳି ଘଟିଥିବା କୁହାଯାଉଛି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ମୋବାଇଲ୍କୁ ଚାର୍ଜରେ ଲଗାଇ ଗୀତ କି ଗପନ୍ତୁ ନାହିଁ ଏପରିକି କୌଣସି ବ୍ୟବହାର ମଧ୍ୟ କରନ୍ତୁ ନାହିଁ। ଯଦି ମୋବାଇଲ୍ରେ ଚାର୍ଜ ଫୁଲ୍ ହୋଇଗଲା ତେବେ ତୁରନ୍ତ ଚାର୍ଜର କାଢ଼ି ଦିଅନ୍ତୁ। ଦେଖାଯାଏ ଯେ ଅଧିକ ସମୟ ପର୍ଯ୍ୟନ୍ତ ମୋବଇଲ୍ ଚାର୍ଜ କଲେ ଏହାର ବ୍ୟାଟେରୀ ଗରମ ହୋଇଯାଏ। ଏହି ସମୟରେ ଫୋନ୍ ବ୍ୟବହାର କରିବା ବିପଦ ପୂର୍ଣ୍ଣ।
from OTV Khabar. https://ift.tt/36KZgGy
No comments: